ରାଜଗାଙ୍ଗପୁର : ମୋଡ଼ିଫାଇଡ୍ ସାଇଲେନ୍ସର୍ ଲଗାଇ ଶବ୍ଦ ପ୍ରଦୂଷଣ କରୁଥିବା ୧୧ ବାଇକ୍ ଜବତ୍।। ୪୫ ହଜାର ଟଙ୍କା ଜରିମାନା।
ରାଜଗାଙ୍ଗପୁର : ୧୭/୨
(ସତ୍ୟାନ୍ୟୁଜ) ସଡକ ସୁରକ୍ଷା , ସାଧାରଣରେ ଶାନ୍ତି ରକ୍ଷା , ଶବ୍ଦ ପ୍ରଦୂଷଣ ଉପରେ ରୋକ୍ ଲଗାଇବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୋଲିସ ପକ୍ଷରୁ ଏକ ବିଶେଷ ଯାଞ୍ଚ ଅଭିଯାନ କରା ଯାଇଥିଲା। ଏହି ଅଭିଯାନ ରେ ୧୧ଟି ମୋଟରସାଇକେଲ୍କୁ ଜବତ କରାଯାଇଛି।
ଏହି ସମସ୍ତ ବାଇକ୍ରେ ଅବୈଧ ଭାବେ ମୋଡିଫାଇଡ୍ ସାଇଲେନ୍ସର୍ ଲଗାଯାଇଥିଲା। ଯାହା ଫଳରେ ଅତ୍ୟଧିକ ଶବ୍ଦ ସୃଷ୍ଟି ହେଉଥିଲା। ମୋଟର ଯାନ ଆଇନ୍ ଉଲ୍ଲଂଘନ ଅଭିଯୋଗରେ ପୋଲିସ୍ ମୋଟ ₹୪୫,୦୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି।
ପୋଲିସ ପକ୍ଷରୁ କୁହାଯାଇଛି ଯେ, ଏପରି ମୋଡିଫିକେସନ୍ ସଡକ ସୁରକ୍ଷା ପାଇଁ ବିପଦଜନକ ଓ ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଏ। ଆଗାମୀ ଦିନରେ ମଧ୍ୟ ଏପରି ଅଭିଯାନ ଜାରି ରହିବ ଏବଂ ନିୟମ ଉଲ୍ଲଂଘନ କରୁଥିବାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ।