ରାଉରକେଲା : ଚୋରା ଏବଂ ବେଆଇନ୍ ବନ୍ଧୁକ କାରବାର ଉପରେ ପୋଲିସ୍ ର ଚଢାଉ।। ୩ ଅଟକ।। ବେଆଇନ୍ ବନ୍ଧୁକ ଜବତ।

0 351

ରାଉରକେଲା : ୩୦/୧୨
(ସତ୍ୟାନ୍ୟୁଜ) ନୂଆ ବର୍ଷ ପୂର୍ବରୁ ରାଉରକେଲା ପୋଲିସ ର ବଡ ଧରଣର ଚଢାଉ। ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର ଉପରେ ଗତକାଲି ଠାରୁ ପୋଲିସ୍ ର ଆରମ୍ଭ ହୋଇ ଥିବା ଏହି ଚଢାଉ ଆଜି ମଧ୍ୟ ଜାରି ରହିଛି। ମିଳି ଥିବା ସୂଚନା ଅନୁଯାୟୀ ଏବେ ସୁଦ୍ଧା ୩ ଜଣଙ୍କୁ ପୋଲିସ୍ ଅଟକ ରଖି ପଚରା ଉଚୁରା କରିଥିବା ବେଳେ ବେଆଇନ୍ ବନ୍ଧୁକ ମଧ୍ୟ ଜବତ୍ କରିଛନ୍ତି। ରାଉରକେଲା ଏସପି ନିତେଶ ୱାଧୱାନି ଙ୍କ ନିର୍ଦ୍ଦେଶ ରେ ଏକାଧିକ ଟିମ୍ ସହରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି। ଏସପି ଙ୍କ ନେତୃତ୍ୱରେ ଟିମ୍ ଗୁଡ଼ିକ ପ୍ଲାଣ୍ଟ ସାଇଟ୍ , ଉଦିତ ନଗର , ବ୍ରାହ୍ମଣୀ ତରଙ୍ଗ , ୧୫ ନମ୍ୱର୍ ସେକ୍ଟର ଥାନା ଅଞ୍ଚଳରେ ଚଢାଉ କରି ଚୋରା ଅସ୍ତ୍ରଶସ୍ତ୍ର କାରବାର ସମ୍ପର୍କରେ ବହୁ ତଥ୍ୟ ପାଇଛନ୍ତି। ଅଟକ ଲୋକ ମାନଙ୍କୁ ବେଆଇନ୍ ବନ୍ଧୁକ କାରବାର ସମ୍ପର୍କରେ ଜେରା ଚାଲିଛି। ଆଜି ଅପରାହ୍ନ ରେ ପୋଲିସ୍ ମୁଖ୍ୟାଳୟ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ବାବଦରେ ଅଧିକ ସୂଚନା ଦିଆ ଯିବ ବୋଲି ଜଣା ପଡିଛି।

Leave A Reply

Your email address will not be published.