ରାଉରକେଲା : ରାତି ପାହିଲେ ବଡଦିନ।। ମଧ୍ୟରାତ୍ରରେ ଧରାବତରଣ କରିବେ ପ୍ରଭୁ ଯୀଶୁ।। ବିଭିନ୍ନ ଚର୍ଚ୍ଚ ରେ ପ୍ରସ୍ତୁତି ଶେଷ।
ରାଉରକେଲା : ୨୪/୧୨
(ସତ୍ୟାନ୍ୟୁଜ) ଆଉ ମାତ୍ର କେଇ ଘଣ୍ଟା ପରେ ବଡ଼ ଦିନ। ଆଜି ମଧ୍ୟରାତ୍ରରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ଏଥିପାଇଁ ରାଉରକେଲାରେ ବିଭିନ୍ନ ଚର୍ଚ୍ଚ ରେ ଚାଲିଛି ପ୍ରସ୍ତୁତି। ପ୍ରଭୁ ଯୀଶୁ ଙ୍କ ଆଗମନକୁ ଅପେକ୍ଷା କରି ରହିଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ। ଘର , ଚର୍ଚ୍ଚ ସାଜସଜ୍ଜା ଲାଗି ବଜାରରେ ମିଳୁଛି ଖ୍ରୀଷ୍ଟ ମାସ ଟ୍ରି , ସ୍ନୋ ଵଲ୍, ଷ୍ଟାର ଲାଇଟ୍ , ଝୁମର , ହ୍ୟାଙ୍ଗୀଙ୍ଗ
ଡେକୋରେସନ ସାମଗ୍ରୀ। ରଙ୍ଗାରଙ୍ଗ ଆଲୋକ ମାଳାରେ ଝଲସୁଛି ବିଭିନ୍ନ ଚର୍ଚ୍ଚ। ରାଉରକେଲା ହମିରପୁର ସ୍ଥିତ ରୋମାନ କ୍ୟାଥୋଲିକ୍ ଚର୍ଚ୍ଚ ରେ ବଡ ଦିନ ପାଳନ ପାଇଁ ପ୍ରସ୍ତୁତି ସରିଛି। ଯୀଶୁଙ୍କ ଜନ୍ମ ସମୟର ଦୃଶ୍ୟ ଦେଖାଇବା ପାଇଁ ବିଭିନ୍ନ ପ୍ରକାର ମୂର୍ତ୍ତି ସହ କୁଡିଆ ଘର ସେଟ୍ ପ୍ରସ୍ତୁତ କରା ଯାଇଛି। ହମିରପୁର ଚର୍ଚ୍ଚ ରେ ରାତି ୧୦ ଟା ବେଳେ ସାମୁହିକ ପ୍ରାର୍ଥନା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।