ବଣାଇ : ଉପଦ୍ରବ ଚାଲୁ ରଖି ଥିବା ହାତୀ ଦଳଙ୍କୁ ଘଉଡାଇ ପାରୁ ନାହିଁ ବନବିଭାଗ।। ଛୁଆ ହାତୀ କୁ ସୁରକ୍ଷା ଦେବା ଲାଗି ଦନ୍ତା ଗୋଡାଉଛି।

0 266

ବଣାଇ : ୩୦/୧୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇ ଫରେଷ୍ଟ ରେଞ୍ଜର ସରସରା ସେକ୍ସନ ଏବଂ ଧରିଣିଧର ପାଲି ସେକ୍ସନ ରେ ହାତୀ ଆତଙ୍କ ଜାରି ରହିଛି। ଏହି ଅଞ୍ଚଳରେ ୯ ଟିକିଆ ହାତୀ ଦଳ ଉପଦ୍ରବରେ ୫/୬ ଟି ଗ୍ରାମର ଲୋକମାନେ ଅତିଷ୍ଟ ହୋଇ ପଡିଛନ୍ତି । କିଛି ଦିନ ତଳେ
ସରାସରା ସେକ୍ସନ ଗୋଡ଼ାପୋଠ ଜଙ୍ଗଲ ରେ ଜଣେ ଗ୍ରାମବାସୀଙ୍କୁ ହାତୀ ମାରି ଦେଇଥିଲା। ଜଣେ ୧୨ବର୍ଷ ର ବାଳକ ମଧ୍ୟ ଗୁରୁତର ଆହତ ହୋଇ ଥିଲେ।
ଗତକାଲି ରାତିରେ ଏହି ୯ ଟିକିଆ ହାତୀ ପଲ୍ଲ ଝlରବେଡା, ଶିବ ନାଥ ପୁର, ମୂଷାପୋଷ, ଘଟପୋଷ ଅଞ୍ଚଳରେ ପଶି ପାଚିଲା ଧାନ ଫସଲ ଖାଇ ନଷ୍ଟ କରି ଦେଇଥିଲେ। ହାତୀପଲ୍ଲ ଙ୍କୁ ଦେଖି ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଥିଲେ। ଅମଳ ସମୟରେ ହାତୀ ଦଳ ଫସଲ ନଷ୍ଟ କରି ଦେଉ ଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ବନ ବିଭାଗ ରାତିରେ ହାତୀ ଘଉଡ଼ାଇବାକୁ ଚେଷ୍ଟା କରୁ ଥିବା ବେଳେ ହାତୀ ପାଲଟା ଆକ୍ରମଣ କରୁଛି। ଦଳରେ ଥିବା ଛୁଆ ହାତୀ କୁ ସୁରକ୍ଷା ଦେବା ଲାଗି ଦନ୍ତା ବନ ବିଭାଗ କର୍ମଚରୀ ଙ୍କୁ ଗୋଡ଼ାଉଥିବା ଜଣା ପଡିଛି।

Leave A Reply

Your email address will not be published.