ବଣାଇ : ଟ୍ରକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ପରେ ଉପୁଜି ଥିବା ଉତ୍ତେଜନା ଥମିଲା।। କ୍ଷତିପୂରଣ ଦେବା ପରେ ରାସ୍ତା ଅବରୋଧ ହଟିଲା।

0 316

ବଣାଇ:୧୦/୧୧(ସତ୍ୟାନ୍ୟୁଜ) ଦୁର୍ଘଟଣାରେ ବଣାଇ ଥାନା ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ ଟ୍ରକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ୟକ୍ତ ଲୋକମାନେ ଟାୟାର ଆଦି ଜାଳି ୧୪୩ ନମ୍ୱର୍ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ୪ ଘଣ୍ଟା ଧରି ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ପରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ବୁଝା ସୂଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଦୁର୍ଘଟଣା ଘଟାଇଥିବା ଗାଡ଼ି ମାଲିକ ମଧ୍ୟ ୧ ଲକ୍ଷ ୮୦ ହଜାର ଟଙ୍କା କ୍ଷତି ପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଲୋକଙ୍କ ଆକ୍ରମଣରେ ଗୁରୁତର ଆହତ ଟ୍ରକ୍ ଡ଼୍ରାଇଭରଙ୍କୁ ଏବେ ରାଉରକେଲା ଅଣା ଯାଇ ଚିକିତ୍ସା କରା ଯାଉଛି। ଗତକାଲି ଟ୍ରକ୍ ଧକ୍କାରେ ସନ୍ତୋଷ ନନ୍ଦ ନାମକ ଜଣେ ଯୁବକଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ଲୋକମାନେ ପୋଲିସ୍ ଗାଡ଼ି ଏବଂ ବନ ବିଭାଗ ଗାଡ଼ି ଭାଙ୍ଗି ଦେଇଥିଲେ। ସେଠାରେ ପ୍ରବଳ ଉତ୍ତେଜନା ଥିବାରୁ ରାଉରକେଲାରୁ ଅତିରିକ୍ତ ପୋଲିସ୍ ଫୋର୍ସ ଯାଇଥିଲେ। ନରେନ୍ଦ୍ର – ଗୁରୁଣ୍ଡିଆ ରାସ୍ତାରେ ଭାରି ଯାନ ଚଳାଚଳ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁ ଥିବାରୁ ଏହା ଉପରେ ନିୟନ୍ତ୍ରଣ ରଖିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Leave A Reply

Your email address will not be published.