ରାଉରକେଲା:୨୦/୬ (ସତ୍ୟାନ୍ୟୁଜ) ବେଆଇନ୍ ଗଞ୍ଜେଇ ଚାଲାଣ ଅଭିଯୋଗରେ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ଏକ ଦମ୍ପତି ଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୯ କେଜି ଗଞ୍ଜେଇ ଜବତ କରିଛନ୍ତି। ଏହା ସହ ଗଞ୍ଜେଇ ଚାଲାଣ ରେ ବ୍ୟବହୃତ ବାଇକ୍ ମଧ୍ୟ ଜବତ୍ କରା ଯାଇଛି। ମହତାବ ରୋଡ ର ଇଦଗା ମଇଦାନ ନିକଟରେ।ଲକ୍ଷ୍ମଣ କୁମାର ଭୋଇ ଏବଂ ତାଙ୍କ ସ୍ତ୍ରୀ ଗଞ୍ଜେଇ ନେଇ ଯାଉଥିବା ସୂଚନା ପୋଲିସ୍ କୁ ମିଳିଥିଲା। ପୋଲିସ୍ ତୁରନ୍ତ ଚଢାଉ କରି ଗଞ୍ଜେଇ ଜବତ କରିଥିବା ବେଳେ ସ୍ବାମୀ , ସ୍ତ୍ରୀଙ୍କୁ ଗିରଫ କରିଛନ୍ତି। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରା ଯାଇଛି। ପ୍ଲାଣ୍ଟ ସାଇଟ୍ ଥାନା ଡ୍ରଗ୍ସ ବିରୁଦ୍ଧ ରେ ଅଭିଯାନ ଜାରି ରଖିବ ବୋଲି ପୋଲିସ କହିଛି।