ରାଉରକେଲା : ଟ୍ରାନ୍ସପୋର୍ଟର ଙ୍କ ଠାରୁ ଡିଓ ମିଳୁ ନଥିବାରୁ ଗାଡ଼ି।ମାଲିକଙ୍କ ଧାରଣା।। ସମର୍ଥନ ଦେଇ ଧାରଣାରେ ସାମିଲ ହେଲେ ବିଧାୟକ।
ରାଉରକେଲା:୧୯/୬
(ସତ୍ୟାନ୍ୟୁଜ) ଖଣିରୁ ମାଲ୍ ପରିବହନ ଲାଗି ଟ୍ରାନ୍ସପୋର୍ଟର ମାନେ ଠିକ୍ ସମୟରେ ଡିଓ ଦେଉ ନଥିବାରୁ ଗାଡ଼ି ମାଲିକଙ୍କ ପକ୍ଷରୁ ଧାରଣା ଦିଆ ଯାଇଛି।ଖଣ୍ଡାଧାର ଓଏମସି ମାଇନ୍ସ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଧାରଣା ଦିଆ ଯାଇଛି। ଏହା ଫଳରେ ଶହଶହ ଟ୍ରକ ଡ୍ରାଇଭର ହାତ ବାନ୍ଧି ବସିଛନ୍ତି । ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଧାରଣାରେ ସାମିଲ ହୋଇ ଗାଡ଼ି ମାଲିକ ମାନଙ୍କ ଦାବିକୁ ସମର୍ଥନ ଦେଇ ଥିବା ବେଳେ ସମାଧାନ ନହେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି। ଦୁଇ ମାସ ପୂର୍ବେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରେ ହୋଇଥିବା ଚୁକ୍ତିନାମାକୁ ଟ୍ରାନ୍ସପୋର୍ଟର ମାନେ ମାନୁ ନଥିବା ଅଭିଯୋଗ ହୋଇଛି। ଏ ବାବଦରେ ଓଏମସି କର୍ତ୍ତୃପକ୍ଷ ଙ୍କ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।