ରାଉରକେଲା : ବସ୍ ଦୁର୍ଘଟଣାରେ ରେଳ କର୍ମଚାରୀଙ୍କ ମୃତ୍ୟୁ।। କ୍ଷତିପୂରଣ ଦାବି କଲେ ପରିବାର ବର୍ଗ।

0 191

ରାଉରକେଲା : ୧୯/୬
(ସତ୍ୟାନ୍ୟୁଜ) ରାଉରକେଲା ରିଙ୍ଗ ରୋଡ ରେ ଗତକାଲି ରାତିରେ ବସ୍ ସହ ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ କୁ ନେଇ ଆଜି ଉତ୍ତେଜନା ଦେଖା ଦେଇଛି। ମୃତକ ସାର ନଗରୀ ର ୪୮ ବର୍ଷୀୟ ଅନନ୍ତ ଦାସ ବୋଲି ଜଣା ପଡିଛି। ଗତକାଲି ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ମୃତ ଦେହ ରାଉରକେଲା ସରକାରୀ ହସ୍ପିଟାଲ୍ ମର୍ଗ ହାଉସ୍ କୁ ପଠାଇ ଥିଲେ। ଆଜି ପୋଷ୍ଟ ମର୍ଟମ୍ ପରେ ମୃତ ଦେହ ପରିବାର ବର୍ଗଙ୍କୁ ହସ୍ତାନ୍ତର କରା ଯାଇଛି। ତେବେ ମୃତକ ଅନନ୍ତ , ପରିବାରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ କିମ୍ବା ଅନୁକମ୍ପା ମୂଳକ ସାହାଯ୍ୟ ଦେବାକୁ ଦାବି ହୋଇ ଥିଲା। ପ୍ଲାଣ୍ଟ ସାଇଟ୍ ଇନ୍ସପେକ୍ଟର ମର୍ଗ ହାଉସ୍ ନିକଟରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।
ଗତକାଲି ରାତି ପ୍ରାୟ ୮ ଟା ବେଳେ ବସ୍ ଟି ହଠାତ୍ ପ୍ଲାଣ୍ଟ ଆଡ଼କୁ ଟର୍ନ ନେଇ ଯିବାରୁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ତେବେ ପୋଲିସ୍ ବସ୍ କୁ ଜବତ୍ କରି ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.