ରାଉରକେଲା : ୧୪ ବର୍ଷରୁ କମ୍ ବାଳକ ମାନଙ୍କୁ କାମ ରେ ଲଗାଉଥିଲେ ସାବଧାନ।। ଯାଇ ପାରନ୍ତି ଜେଲ୍ କିମ୍ବା ଦେବାକୁ ପଡିପାରେ ହିଭି ଜରିମାନା।
ରାଉରକେଲା:୧୯/୬
(ସତ୍ୟାନ୍ୟୁଜ) ୧୪ ବର୍ଷରୁ କମ୍ ବାଳକ ମାନଙ୍କୁ କାମରେ ଲଗାଉଥିଲେ ସାବଧାନ। ଆପଣଙ୍କୁ ହୋଇ ପାରେ ୫୦ ହଜାର ଟଙ୍କା ଜରିମାନା କିମ୍ବା ୨ ବର୍ଷ ଜେଲ୍ ଦଣ୍ଡ। ଏପରିକି ଉଭୟ ଜରିମାନା ଏବଂ ଜେଲ୍ ଦଣ୍ଡ ମଧ୍ୟ ହୋଇ ପାରେ। ଏହାଛଡା ୧୫ ବର୍ଷରୁ ୧୮ ବର୍ଷର ବାଳକ ଙ୍କୁ ବିପଦ ସଙ୍କୁଳ କାମରେ ଲଗାଇବା ମଧ୍ୟ ଦଣ୍ଡନୀୟ ଅପରାଧ। ଯଦି ଶିଶୁ ମାନଙ୍କୁ କେହି କାମରେ ଲଗାଉ ଥାଆନ୍ତି ତାହେଲେ ତୁରନ୍ତ ଶ୍ରମ ବିଭାଗ କିମ୍ବା ଚାଇଲଡ୍ ଲାଇନ୍ କୁ ସୂଚନା ଦେବାକୁ ନିବେଦନ କରାଯାଇଛି। ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା କରିବା ଲକ୍ଷ୍ୟରେ ଆଜି ରାଉରକେଲା ଶ୍ରମ ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା। ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସଂସ୍ଥା ର ଅଧିକାରୀ , ସ୍ୱେଚ୍ଛାସେବୀ ସଂଗଠନ ର କର୍ମକର୍ତ୍ତା ଏବଂ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।