ରାଉରକେଲା : ଏଟିଏମ୍ କାଉଣ୍ଟର ରେ ଅଠା ଲଗାଇ ଠକୁ ଥିବା ଦୁଇ ଦୁବୃର୍ତ୍ତ ଗିରଫ।। ନଗଦ ୧୦ ହଜାର , ଏଟିଏମ୍ କାର୍ଡ ଜବତ।

0 109

ରାଉରକେଲା:୨୩/୫
(ସତ୍ୟାନ୍ୟୁଜ) ରାଉରକେଲା ପୋଲିସ କବଜାରେ ଦୁଇ ଏଟିଏମ୍ ଲୁଟେରା। ଏହି ଲୁଟେରା ମାନେ ଏଟିଏମ୍ ରୁ ଟଙ୍କା ଉଠାଇବାକୁ ଆସୁଥିବା ଲୋକଙ୍କୁ ଅଭିନବ ଭାବେ ଠକି ଲୁଟୁ ଥିଲେ। ଗିରଫ ଦୁଇ ଅଭିଯୁକ୍ତ ହେଲେ ଗୁଡ଼ୁ କୁମାର ଓ ଆଶୁତୋଷ ଚୌଧୁରୀ । ଗୁଡ଼ୁ କୁମାର ର ଘର ବିହାର ଗୟା ଅଞ୍ଚଳରେ ହୋଇଥିବା ବେଳେ ସେ ରାଉରକେଲା ସେକ୍ଟର ୧୯ ଥାନା ଉତ୍କଳ ବସ୍ତିରେ ରହୁଥିଲା। ସେହିପରେ ଗିରଫ ଆଶୁତୋଷ ଚୌଧୁରୀ ଘର ରାଉରକେଲା ୧୫ ନମ୍ୱର୍ ସେକ୍ଟର ଥାନା ଆନନ୍ଦ ବସ୍ତିରେ ।
ଏଟିଏମ କାର୍ଟ ବେସରେ କୌଶଳ କ୍ରମେ ଦୁବୃର୍ତ୍ତ ମାନେ ଅଠା ଲଗାଇ ଦେଇଥିଲେ। ଟଙ୍କା ଉଠାଇବା ପରେ ଅଠା ଦ୍ୱାରା କାର୍ଡ ଲାଖି ରହି ଯାଏ। ଦୁର୍ବୃତ୍ତ ମାନେ ଉକ୍ତ ବ୍ୟକ୍ତିଙ୍କୁ ଏକ କଂପ୍ଲେନ୍ ନମ୍ୱର୍ ଦିଅନ୍ତି। ଗ୍ରାହକ ଉକ୍ତ ନମ୍ୱର୍ କୁ ସମସ୍ୟା ଜଣାଇବା ପରେ ଅପର ପକ୍ଷରେ ଥିବା ବ୍ୟକ୍ତି ଏଟିଏମ୍ କାର୍ଡ ପିନ୍ ନମ୍ବର ମାଗନ୍ତି ଏବଂ ଆକାଉଣ୍ଟ ରୁ ଟଙ୍କା ଠକି ନିଅନ୍ତି। ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ହୋଇଥିବା ଏପରି ୨ ଲକ୍ଷ ଟଙ୍କା ଠକେଇ ମାମଲାକୁ ଆଧାର କରି ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ଦୁଇ ଜଣ ଫେରାର ଅଛନ୍ତି। ଗିରଫ ଦୁଇ ଜଣ ଅଭିଯୁକ୍ତଙ୍କ ଠାରୁ ପୋଲିସ୍ ନଗଦ ୧୦ ହଜାର ଟଙ୍କା , ଗୋଟିଏ ଲ୍ୟାପଟପ୍, ଗୋଟିଏ ବ୍ୟାଙ୍କ ଖାତା , ଦୁଇଟି ଏଟିଏମ କାର୍ଡ଼ ସହ ଗୋଟିଏ ସ୍ମୁଟି ଜବତ କରିଛନ୍ତି । ଫେରାର ଦୁଇ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।

Leave A Reply

Your email address will not be published.