ରାଜଗାଙ୍ଗପୁର: ମହୁମାଛି ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ।। ଗାଁ କୁ ଯାଉଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ।

0 180

ରାଜଗାଙ୍ଗପୁର:୮/୧୦(ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ କଟଙ୍ଗ ଚୌକିଦାର ପଡାରେ ମହୁମାଛି ଆକ୍ରମଣରେ ଜଣେ ୬୮ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଧରାଅଡ଼ା ଗ୍ରାମର ୬୮ ବର୍ଷୀୟ ଲେଉନାଡ ଡୁଙ୍ଗ ଡୁଙ୍ଗ ଆଜି କଟଙ୍ଗ ଗ୍ରାମକୁ ଜଙ୍ଗଲିଆ ରାସ୍ତାରେ ଯାଉଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇ ଥିଲେ। ଚୌକିଦାର ପଡା ରାସ୍ତାରେ ଏହି ମହୁମାଛି ଆକ୍ରମଣ କରିଥିଲା । ମହୁମାଛି ଆକ୍ରମଣରେ ବୃଦ୍ଧ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

ଖବର ପାଇ କୁତ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ପରେ ପରିବାରଙ୍କୁ ଶବ ହସ୍ତାନ୍ତର କରାଯାଇଥିବା କୁତ୍ରା ପୁଲିସ ସୂଚନା ଦେଇଛି ।

Leave A Reply

Your email address will not be published.