ରାଉରକେଲା : ଡ୍ରଗ୍ସ ନେଟୱାର୍କ ବିରୁଦ୍ଧରେ ପୋଲିସ୍ ର ଚଢାଉ। କୋଟିଏ ରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବତ୍। ୮ ଗିରଫ। ୨ ଲକ୍ଷ ୭୦ ହଜାର ଜବତ୍।
ରାଉରକେଲା:୨୩/୫
(ସତ୍ୟାନ୍ୟୁଜ) ରାଜ୍ୟରେ ଡ୍ରଗ୍ସ ବିରୁଦ୍ଧରେ ଚାଲିଥିବା ଅଭିଯାନରେ ରାଉରକେଲା ପୋଲିସ କୁ ମିଳିଛି ବଡ଼ ସଫଳତା। ଆଜି ଭୋରୁ ପୋଲିସ୍ ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ମୀନା ପଡ଼ା ରେ ଚଢାଉ କରି ଏକ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ବ୍ରାଉନ ସୁଗର୍ ଜବତ କରିଥିବା ବେଳେ ୮ ଜଣ ଡ୍ରଗ୍ସ ପେଡଲର୍ ଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୋଲିସ୍ ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି। ନିଶା ମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ଚଢାଉରେ ରାଉରକେଲା ପୋଲିସକୁ ମିଳିଛି ଏହି ବଡ଼ ସଫଳତା।
ରାଉରକେଲା ଏସପି ନୀତେଶ ୱାଧୱାନି ଙ୍କ ନିର୍ଦ୍ଦେଶ କ୍ରମେ ୩ ପ୍ଲାଟୁନ୍ ପୋଲିସ୍ ପ୍ଲାଣ୍ଟସାଇଟ ଥାନା ଅଞ୍ଚଳରେ ଚାଲୁଥିବା ବ୍ରାଉନ ସୁଗାର କାରବାର ଉପରେ ଚଢାଉ କରି ଡ୍ରଗ ନେଟୱର୍କକୁ ଧ୍ୱଂସ କରିବାରେ ସଫଳ ହୋଇଛନ୍ତି।
ପୋଲିସ ଅଭିଯୁକ୍ତମାନଙ୍କ ନିକଟରୁ ପ୍ରାୟ ୨ ଲକ୍ଷ ୭୦ ହଜାର ୨୪୦ ଟଙ୍କା ନଗଦ ରାଶି, ୩ଟି ମୋବାଇଲ ଫୋନ ସହ ୨୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ପୂର୍ବରୁ ମଧ୍ୟ ଅନେକ ସମୟରେ ଏହି ମୀନା ପଡା ରେ ଚଢାଉ କରାଯାଇ ବିପୁଳ ପରିମାଣ ର ଡ୍ରଗ୍ସ ଜବତ୍ କରାଯାଇଥିଲା।
ନଶା କାରବାର ବିରୋଧରେ ରାଉରକେଲା ପୋଲିସର ଏହି କଡା କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ସ୍ୱାଗତ କରା ଯାଇଛି।