ରାଉରକେଲା : ଏଫଟିବିଆଇ ଏନାଇଟି ସହ ଜେପି ହସ୍ପିଟାଲ୍ ର ଏମ୍ ଓ ୟୁ ସ୍ୱାକ୍ଷରିତ।। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ନୂତନ ଆରମ୍ଭ।

0 130

ରାଉରକେଲା:୨୨/୫
(ସତ୍ୟା ନ୍ୟୁଜ) ସ୍ୱାସ୍ଥ୍ୟସେବା ନବୋନ୍ମେଷ ଏବଂ ବାୟୋ-ଉଦ୍ୟୋଗକୁ ନୂଆ ଦିଗ ଦେବାକୁ ଆଗେଇଛି ଏଫ୍‌ଟିବିଆଇ ଏନ୍‌ଆଇଟି ରାଉରକେଲା। ଏଫ୍‌ଟିବିଆଇର ୧୦ମ ପ୍ରତିଷ୍ଠା ଦିବସ ଅବସରରେ ଜେପି ହସ୍ପିଟାଲ୍ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବା ଏମଓୟୁ ସ୍ୱାକ୍ଷର କରାଯାଇଛି।
ଏହି ସହଭାଗିତା ମାଧ୍ୟମରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନବୋନ୍ମେଷ, ବାୟୋଟେକ୍ ଗବେଷଣା, ମେଡିକାଲ୍ ଟେକ୍ନୋଲୋଜି ଡେଭଲପମେଣ୍ଟ ଓ ହେଲ୍‌ଥକେୟାର୍ ଷ୍ଟାର୍ଟଅପ୍‌ଗୁଡ଼ିକୁ ବିଶେଷ ସହଯୋଗ ମିଳିବ।
ଏହି କାର୍ଯ୍ୟକ୍ରମରେ ଏମ୍‌ସିଏଲ୍‌ର ମାନବ ସମ୍ବଳ ବିଭାଗ ନିର୍ଦ୍ଦେଶକ କେଶବ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଏନ୍‌ଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର
କେ. ଉମାମହେଶ୍ୱର ରାଓ ଏବଂ ଜେପି ହସ୍ପିଟାଲ୍‌ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଚନ୍ଦନ ବଂଶଲ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଏଫ୍‌ଟିବିଆଇର ସଭାପତି ପ୍ରଫେସର ସୁବ୍ରତ କୁମାର ପଣ୍ଡା କହିଥିଲେ ଯେ, ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟସେବା ମଧ୍ୟରେ ସମନ୍ୱୟ ଦ୍ୱାରା ନବୋନ୍ମେଷ-ଆଧାରିତ ଉଦ୍ୟୋଗକୁ ଅଧିକ ଶକ୍ତି ମିଳିବ।
ଏଫ୍‌ଟିବିଆଇର ସିଇଓ ଚିରଞ୍ଜିବୀ ସାମଲ କହିଛନ୍ତି ଯେ, ହେଲ୍‌ଥକେୟାର୍ ଓ ବାୟୋଟେକ୍ ଷ୍ଟାର୍ଟଅପ୍‌ଗୁଡ଼ିକ ପାଇଁ କ୍ଲିନିକାଲ୍ ଟ୍ରାଏଲ୍, ଭାଲିଡେସନ୍ ଓ ମେଡିକାଲ୍ ମେଣ୍ଟରସିପ୍ ଅତ୍ୟନ୍ତ ଜରୁରୀ। ଜେପି ହସ୍ପିଟାଲ୍ ସହ ଏହି ସହଯୋଗ ନୂତନ ନବୋନ୍ମେଷ କୁ ତ୍ୱରାନ୍ୱିତ କରିବ ବୋଲି ଆଶା ପ୍ରକାଶ ପାଇଛି।
ଜେପି ହସ୍ପିଟାଲ୍‌ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଚନ୍ଦନ ବଂଶଲ କହିଥିଲେ ଯେ, ରାଉରକେଲା ଓ ସମଗ୍ର ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଓ ନବୋନ୍ମେଷକୁ ଆଗକୁ ନେବା ଏହି ସହଭାଗିତାର ପ୍ରମୁଖ ଲକ୍ଷ୍ୟ।
ଏହି ଏମଓୟୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଦୃଢ଼ ପ୍ଲାଟଫର୍ମ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.