ରାଉରକେଲା: ବାଇକ୍ ଚୋର ଗିରଫ।। ୯ ଚୋରା ବାଇକ୍ ଜବତ।। ଚୋରି କରିବା ପରେ ଏଣେତେଣେ ପକାଇ ଦେଇ ଥାଏ ବାଇକ୍।

0 886

ରାଉରକେଲା: ବାଇକ୍ ଚୋର ଗିରଫ।। ୯ ଚୋରା ବାଇକ୍ ଜବତ।। ଚୋରି କରିବା ପରେ ଏଣେତେଣେ ପକାଇ ଦେଇ ଥାଏ ବାଇକ୍।ରାଉରକେଲା:୮/୧୦(ସତ୍ୟାନ୍ୟୁଜ) ଚୋରି କରିବାରେ ମଧ୍ୟ ଲୋକ ମାନଙ୍କର ଅଜବ ଅଜବ ସଉକ୍ ଥାଏ। ଏପରି ଜଣେ ବାଇକ୍ ଚୋର ଧରା ପଡିଛି ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ। ରାଉରକେଲା ଇସ୍ପାତ କାରଖାନାରେ ଠିକା କମ୍ପାନୀରେ କାମ କରୁଥିବା ଏହି ବ୍ୟକ୍ତି ବିଭିନ୍ନ ସମୟ ରେ ଭିନ୍ନ ଭିନ୍ନ ଅଞ୍ଚଳରୁ ବାଇକ୍ ଚୋରି କରି ଥାଏ। ବିଶେଷ କରି ଟ୍ରାଫିକ ଗେଟ୍ , ବଣିଆ ଗେଟ୍ , ମେନ୍ ରୋଡ ଆଦି ଅଞ୍ଚଳରୁ। କିନ୍ତୁ ଚୋରି କରିବା ପରେ ସେ ବାଇକ୍ ଗୁଡ଼ିକୁ ବିକି ନଥାଏ। ଯେଉଁ ସ୍ଥାନରୁ ବାଇକ୍ ନେଇ ଥାଏ ବୁଲା ବୁଲି କରିବା ପରେ ପୁଣି ସେହି ସ୍ଥାନରେ କିମ୍ବା ଆଖ ପାଖ ଅଞ୍ଚଳରେ ଆଣି ବାଇକ୍ ରଖି ଦେଇ ଥାଏ। ଏହାର କାରଣ ହେଲା ନିଜ ଗାଡ଼ିର ପେଟ୍ରୋଲ ବଞ୍ଚାଇବା ପାଇଁ ସେ ଏ ଅଜବ କାଣ୍ଡ କରିଥାଏ। ଡୁପ୍ଲିକେଟ୍ ଚାବିରେ ବାଇକ୍ ଷ୍ଟାର୍ଟ କରିବା ପରେ ସେହି ଚୋରା ବାଇକ୍ ରେ ବୁଲି ଥାଏ। ବାରମ୍ବାର ଏପରି ଘଟଣା ଘଟିବାରୁ ପୋଲିସ୍ ସି ସି ଟିଭି କ୍ୟାମେରା ଚିତ୍ର କୁ ଆଧାର କରି ଉକ୍ତ ଲୋକକୁ ଧରିବା ସହ ୯ ଟି ବାଇକ୍ ଜବତ କରିଛନ୍ତି । ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.