ରାଉରକେଲା: ଗାଡିରେ ଆବଶ୍ୟକୀୟ ତେଲ ନଦେବାରୁ ପେଟ୍ରୋଲ ପମ୍ପ ମ୍ୟାନେଜର ଙ୍କୁ ଆକ୍ରମଣ।। ଅଭିଯୁକ୍ତ ଗିରଫ।

0 246

ରାଉରକେଲା:୧୯/୫(ସତ୍ୟାନ୍ୟୁଜ) ଦାବି କରୁଥିବା ଆବଶ୍ୟକୀୟ ପରିମାଣର ତେଲ ଗାଡ଼ିରେ ନଦେବାରୁ ରାଉରକେଲାର ଦେଓଗାଁ ପେଟ୍ରୋଲ ପମ୍ପ ରେ ଏକ ଅଭାବନୀୟ ଘଟଣା ନଜର କୁ ଆସିଛି। ମନ ମୁତାବକ ତେଲ ନପାଇଥିବା ଗାଡ଼ି ମାଲିକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗାଳି ଗୁଲଜ କରିବା ସହ ଧମକ ଦେଇଥିଲେ। ଖବର ପାଇ ପମ୍ପ ମ୍ୟାନେଜର ସେଠାରେ ପହଞ୍ଚିବା ପରେ ଗାଡ଼ି ମାଲିକ ସେହନୱାଜ ହୁସେନ୍ ଏକ ହାଇ ଭୋଲ୍ଟେଜ ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ରେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ମ୍ୟାନେଜର ସେଠାର ବେହୋସ ହୋଇ ଯାଇଥିଲେ। ପେଟ୍ରୋଲ ପମ୍ପ କର୍ମଚାରୀ ମାନେ ଭୟଭୀତ ହୋଇ ଯାଇ ପମ୍ପ ମାଲିକଙ୍କୁ ସୂଚନା ଦେଇଥିଲେ। ପରେ ଗାଡ଼ି ଚାଳକ କର୍ମଚାରୀଙ୍କୁ ଧମକ ଦେଇ ସେଠାରୁ ପଳାଇ ଥିଲେ। ଖବର ପାଇ ରଘୁନାଥପାଲି ଥାନା ପୋଲିସ ଗୋଡ଼ାଇ ଗୋଡ଼ାଇ ରଜାମୁଣ୍ଡା ରୁ ସେହନୱାଜ କୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ୍ କ୍ରେଟା କାର , ଇଲୋକ୍ଟ୍ରୋନିକ୍ସ୍ ଡିଭାଇସ୍ ଜବତ୍ କରି ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.