ରାଉରକେଲା : ଜିଲ୍ଲାରେ କାଳବୈଶାଖୀ ଝଡ଼ରେ ବ୍ୟାପକ କ୍ଷୟକ୍ଷତି।। ଲହୁଣୀପଡା ଅଞ୍ଚଳରେ ବଜ୍ରପାତରେ ନାବାଳକ ମୃତ।

0 129

ରାଉରକେଲା:୧୮/୫(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଜାରି ରହିଛି କାଳବୈଶାଖୀ ର ତାଣ୍ଡବ। ସୋମବାର ଅପରାହ୍ନରେ
ବିରମିତ୍ରପୁର, ରାଏବଗା ଏବଂ ବଣାଇ ଅଞ୍ଚଳରେ କାଳବୈଶାଖୀ ଝଡ , ବର୍ଷା ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିରମିତ୍ରପୁର ଏବଂ
ରାଏବାଗା ରେ ବହୁ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ଅନେକ ଘର ମଧ୍ୟ ଭାଙ୍ଗି ଯାଇଛି। ସ୍ଥାନୀୟ ଲୋକ ଏବଂ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ସେହିପରି ବଣାଇ ଅଞ୍ଚଳରେ ଦିନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଅପରାହ୍ନରେ ଘଡଘଡି ସହ ଝଡ଼ ତୋଫାନ ମାଡ଼ି ଆସିଥିଲା।
କୁଆ ପଥର ମାଡ଼, ଝଡ଼ ତୋଫାନ ଯୋଗୁ ବିଭିନ୍ନ ଅଂଚଳ ରେ ଗଛ ଉପୁଡି ରାସ୍ତା ଅବରୋଧ
ହୋଇଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଲହୁଣୀ ପଡା ଥାନା ର ନରେନ୍ଦ୍ର ନିକଟ ବ୍ରାହ୍ମଣୀ ନଦୀ କୁ ଜଣେ ନାବାଳକ ଗାଧେଇବାକୁ ଯାଇ ଥିବା ବେଳେ ବଜ୍ରପାତରେ ତାର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଝଡ ତୋଫାନ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave A Reply

Your email address will not be published.