ରାଉରକେଲା:ମହାଲକ୍ଷ୍ମୀ ପୂଜା ପାଇଁ ମାତୃଶକ୍ତି ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଚାଲିଛି ଭବ୍ୟ ଆୟୋଜନ।। କେବଳ ମହିଳା ମାନେ ଆୟୋଜନ କରୁଛନ୍ତି ପୂଜା।

0 144

ରାଉରକେଲା:୫/୧୦(ସତ୍ୟାନ୍ୟୁଜ) ଆସନ୍ତାକାଲି ମହାଲକ୍ଷ୍ମୀ ପୂଜା। ଏଥି ପାଇଁ ରାଉରକେଲା ଇସ୍ପାତ ସହର ରେ ରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ବିଭିନ୍ନ ପେଣ୍ଡାଲ ଏବଂ ମନ୍ଦିରରେ ମହାଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଉରକେଲା ୭ ନମ୍ୱର୍ ସେକ୍ଟର ରେ କେବଳ ମହିଳା ମାନେ ଏକତ୍ର ହୋଇ ମା ଗଜ ଲକ୍ଷ୍ମୀ ପୂଜାର ଆୟୋଜନ କରିଛନ୍ତି। ମାତୃଶକ୍ତି ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୭ ନମ୍ୱର୍ ସେକ୍ଟର ଦୂର୍ଗାପୂଜା ପଡ଼ିଆରେ ଏହି ଲକ୍ଷ୍ମୀ ପୂଜାର ଆୟୋଜନ କରା ଯାଇଛି। ୧୦୦ ରୁ ଉର୍ଦ୍ଧ୍ବ ମା ମାନେ ଏକାଠି ହୋଇ ଏହି ପୂଜାର ଭବ୍ୟ ଆୟୋଜନ କରୁଛନ୍ତି। ଅକ୍ଟୋବର ୬ ତାରିଖରୁ ଆରମ୍ଭ ହୋଇ ଏହି ପୂଜା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୭ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

Leave A Reply

Your email address will not be published.