ବଣାଇ : ବ୍ରାହ୍ମଣୀ ନଦୀରେ ବୁଡ଼ି ନିଖୋଜ ଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର।। ଉଦ୍ଧାର କଲେ ବଣାଇ ଏବଂ ଲହୁଣୀପଡା ଫାୟାର ଟିମ୍।

0 175

ବଣାଇ:୧୮/୫(ସତ୍ୟାନ୍ୟୁଜ) ଗତକାଲି ଠାରୁ ବ୍ରାହ୍ମଣୀ ନଦୀରେ ବୁଡ଼ି ଯାଇ ନିଖୋଜ ଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର କରା ଯାଇଛି। ମୃତ ଯୁବକ ଦେବଗଡ ଜିଲ୍ଲା ପୁରୁଣାପାଣି ପଞ୍ଚାୟତର
ରତନପାଲି ଗ୍ରାମର ଆଶିଷ ପ୍ରଧାନ ବୋଲି ଜଣା ପଡିଛି ।
ଗତକାଲି ବଣାଇ ନର୍ସରୀ ନିକଟ ବ୍ରାହ୍ମଣୀ ନଦୀକୁ ଦୁଇ ଜଣ ଯୁବକ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ଭାସି ଯାଇଥିଲେ । ଦୁଇ ଜଣଙ୍କ ମଧ୍ୟରୁ ଜଣେ ଯୁବକକୁ ଉଦ୍ଧାର କରା ଯାଇଥିବା ବେଳେ ଆଉ ଜଣେ ନିଖୋଜ ଥିଲେ।
ବଣାଇ ପୋଲିସ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀ ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ସନ୍ଧ୍ୟାରେ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଥିଲେ।କରାଯାଇଥିଲା
ମୃତକ ଆଶିଷ ପ୍ରଧାନ ବରସୁଆଁ ସ୍ଥିତ ଏକ କମ୍ପାନୀରେ ଚାକିରୀ କରୁଥିଲେ। ଗତକାଲି ରବିବାର ଛୁଟି ଥିବାରୁ ସେ ନିଜ ସମ୍ପର୍କୀୟ ଘରକୁ ବୁଲିବା ପାଇଁ ଆସିଥିବା ବେଳେ ଏହି ଅଘଟଣ ଘଟିଥିଲା ।

Leave A Reply

Your email address will not be published.