ରାଉରକେଲା:୫/୧୦(ସତ୍ୟାନ୍ୟୁଜ) ବସ୍ ରହଣି ସ୍ଥଳ ନିକଟରେ ମାଛ ବଜାର। ସାଧାରଣ ଲୋକ ଏବଂ ଯାତ୍ରୀ ମାନେ ଏଥି ଲାଗି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଖରେ ହନୁମାନ ମନ୍ଦିର ମଧ୍ୟ ଅଛି। ଉଭୟ ମନ୍ଦିର ଏବଂ ବସ୍ ଷ୍ଟପେଜ୍ ନିକଟରେ ମାଛ ବଜାର ଏକ ଅଶ୍ୱସ୍ତି କର ପରିବେଶ ସୃଷ୍ଟି କରୁଛି। ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ରାଉରକେଲା ଛେଣ୍ଡ୍ କଲୋନୀ କଳିଙ୍ଗ ବିହାର ରାସ୍ତା ଛକ ନିକଟରେ। ବସ୍ ଷ୍ଟପ୍ ନିକଟରେ ମାଛ ବଜାର ଥିବାରୁ ଲୋକ ମାନେ ଗାଡ଼ି ପାର୍କିଂ କରି ଜାମ୍ କରି ଦେଉଛନ୍ତି। ଫଳରେ ବସ୍ ରେ ଯିବାକୁ ଥିବା ଯାତ୍ରୀ ମାନେ ସେଠାକୁ ଯାଇ ନପାରି ବର୍ଷାରେ ଭିଜୁ ଛନ୍ତି। ଅସହ୍ୟ ଗନ୍ଧ ମଧ୍ୟ ହେଉଛି। ମନ୍ଦିର ଏବଂ ବସ୍ ଷ୍ଟପ୍ ନିକଟରୁ ମାଛ ବଜାର କୁ ଅନ୍ୟତ୍ର ସ୍ଥାନାନ୍ତର
କରିବାକୁ ଦାବି ହେଉଛି।