ସୁନ୍ଦରଗଡ଼ : କୋଇଲା ବ୍ୟବସାୟୀ ଙ୍କ ଘର ସମ୍ମୁଖରେ ଗୁଳି କାଣ୍ଡ।। ଅଭିଯୁକ୍ତ ମାନେ ଫେରାର।। ପୋଲିସ୍ ତଦନ୍ତ ଜାରି।

0 239

ସୁନ୍ଦରଗଡ଼:୧୭/୫(ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ରେ ଜଣେ କୋଇଲା ବ୍ୟବସାୟୀଙ୍କ ଘର ନିକଟରେ ଗୁଳି ଚାଳନା କୁ କେନ୍ଦ୍ର କରି ସହରରେ ରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ଗୁଳିକାଣ୍ଡରେ କାହାର କୌଣସି କ୍ଷତି ହୋଇ ନଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ବ୍ୟବସାୟୀଙ୍କ ଘର ସମ୍ମୁଖରେ ପୋଲିସ୍ ଜଗି ରହିଛନ୍ତି। ସୂଚନା ଅନୁଯାୟୀ ଶନିବାର ରାତିରେ କୋଇଲା ବ୍ୟବସାୟୀ ଙ୍କ ଘର ସମ୍ମୁଖରେ ଏହି ଫାଙ୍କା ଗୁଳି ଚାଳନା ହୋଇଛି। ଗୁଳି ଚଳାଇ ଦୁର୍ବୃତ୍ତ ଫେରାର ହୋଇ ଯାଇଛି। ଟାଉନ ଥାନା ଅନ୍ତର୍ଗତ ମିଶନ ରୋଡ ପବିତ୍ର ନଗର ଅଞ୍ଚଳର କୋଇଲା ବ୍ୟବସାୟୀ ଏବଂ ଟ୍ରାନ୍ସପୋର୍ଟର ସଞ୍ଜୟ ନନ୍ଦ ଙ୍କ ଘର ଆଗରେ ଘଟିଛି ଏହି ଗୁଳି କାଣ୍ଡ । ବିଳମ୍ବିତ ରାତିରେ ପ୍ରଥମେ କାର ରେ ୩ ଜଣ ଆସି ଘର ସମ୍ମୁଖରେ ଥିବା ସୁରକ୍ଷା କର୍ମୀ ସହ ପାଟି ତୁଣ୍ଡ କରିଥିଲେ। ସେମାନେ ଚାଲିଗଲା ପରେ ଜଣେ ଦୁବୃର୍ତ୍ତ ବାଇକ୍ ରେ ଆସି ଗୁଳି ଫୁଟାଇ ଫେରାର ହୋଇଥିବା ସୂଚନା ମିଳିଛି । ଖବର ପାଇ ସଦର ଏସଡିପିଓ ନିର୍ମଳ କୁମାର ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ଗୋଟିଏ ଖୋକା ଜବତ୍ କରିଛନ୍ତି। ପୋଲିସ୍ ସି ସି ଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି। କୋଇଲା ବ୍ୟବସାୟ କୁ କେନ୍ଦ୍ରକରି ଏହି ଗୁଳିକାଣ୍ଡ ହୋଇ ଥିବା ସନ୍ଦେହ କରା ଯାଉଛି।

Leave A Reply

Your email address will not be published.