ରାଉରକେଲା : ମା’ ଙ୍କ ଭସାଣି ଉତ୍ସବ ଆଜି।। ବାଲୁଘାଟ ରେ ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ପ୍ରସ୍ତୁତି ଶେଷ।

0 256

ରାଉରକେଲା:୩/୧୦(ସତ୍ୟାନ୍ୟୁଜ) ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ପାଇଁ ବାଲୁଘାଟରେ ନିର୍ମିତ ଅସ୍ଥାୟୀ ପୋଖରୀରେ ପ୍ରସ୍ତୁତି କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟକୁ ପହଞ୍ଚିଛି। ବିସର୍ଜନ ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି। ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ ସ୍ଥଳ ପରିଦର୍ଶନ କରି ବିସର୍ଜନ ସମ୍ପର୍କିତ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।

ଏହି ବର୍ଷର ଖାସ କଥା ହେଲା ପୋଖରୀକୁ ସଫା କରାଯାଇ ନିର୍ମଳ ପାଣି ଭରାଯାଇଛି। ଗତ ବର୍ଷରେ ପୋଖରୀରେ ଦୂଷିତ ଜଳ ଥିବାରୁ କେନ୍ଦ୍ରୀୟ ପୂଜା କମିଟି ସହିତ ଅନେକ ପୂଜା କମିଟି ଅସନ୍ତୋଷ ପ୍ରକାଶ କରିଥିଲେ।
ଚଳିତ ବର୍ଷ ଉପଯୁକ୍ତ ବ୍ୟବସ୍ଥା ଥିବାରୁ, ପୂଜା କମିଟିମାନେ ସୁଗମ ଭାବରେ ବିସର୍ଜନ କରିପାରିବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.