ସୁନ୍ଦରଗଡ଼:୨୬/୯(ସତ୍ୟା ନ୍ୟୁଜ) ରାଜ୍ୟରେ ବେଆଇନ୍ ଭାବେ ଗଚ୍ଛିତ ଥିବା ବାଣ ବିସ୍ପୋରଣ ଯୋଗୁଁ।ଜୀବନ ହାନି ସହ ଧନ ସଂପତ୍ତି ନଷ୍ଟ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ଡିଜି ଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଛି ଅପରେସନ ଅଗ୍ନି।
ରାଉରକେଲାରେ ପ୍ରାୟ ପ୍ରତିଦିନ ବେଆଇନ୍ ଗଚ୍ଛିତ ବାଣ ଜବତ ହେଉଥିବା ବେଳେ ଗତକାଲି ରାତିରେ ରାଜଗାଙ୍ଗପୁର ଏବଂ ସୁନ୍ଦରଗଡ଼ରେ ୧୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବାଣ ଜବତ ହୋଇଛି। ରାଜଗାଙ୍ଗପୁର ବଗିଚା ପଡା ରେ ଏକ ଗୋଦାମରୁ ପ୍ରାୟ ୧୧୦୦ କେଜି ବେଆଇନ୍ ବାଣ ଜବତ କରିଛି ପୋଲିସ୍। ଏହାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କୁହା ଯାଉଛି। ସେହିପରି ସୁନ୍ଦରଗଡ଼ରେ ମଧ୍ୟ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବାଣ ଜବତ କରା ଯାଇଛି।
ବେଆଇନ ବାଣ ବେପାର କରୁଥିବା ଅଭିଯୋଗ ରେ ଆଜି ସୁନ୍ଦରଗଡ଼ ଟାଉନ ଥାନା ମେନ ରୋଡ ଅଞ୍ଚଳରେ ପୁଲିସ ଦୁଇଟି ବାଣ ବେପାରୀ ଙ୍କ ଦୋକାନ ଉପରେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି ପୁଲିସ । ଏହା ସହ ମାମଲା ରୁଜ୍ଜୁ କରି ଦୁଇ ବେପାରୀ ଙ୍କୁ ଅଟକ ରଖିଛି ପୁଲିସ । ବିନା ଲାଇସେନ୍ସରେ ବାଣ ବେପାର କରୁଥିବା ବ୍ୟବସାୟୀ ଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ଅପରେସନ ଅଗ୍ନି ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଏସ ଡି ପି ଓ କହିଛନ୍ତି