ରାଉରକେଲା : ବିଦ୍ୟୁତ୍ ନିର୍ମାଣ କମ୍ପାନୀର ସଶସ୍ତ୍ର ଡକାୟତି।। କର୍ମଚାରୀଙ୍କ ହାତ ଗୋଡ ବାନ୍ଧି ଲୁଟି ନେଲେ ଦେଢ଼ କୋଟିର ସମ୍ପତ୍ତି।

0 608

ରାଉରକେଲା:୨୬/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଏବେ ବିଦ୍ୟୁତ୍ କମ୍ପାନୀ ରୁ ଲୁଟ୍ କରୁଥିବା ଗ୍ୟାଙ୍ଗ ସକ୍ରିୟ ଅଛନ୍ତି। ଗତକାଲି ରାତିରେ ଲହୁଣୀପଡ଼ା ଥାନା ଅନ୍ତର୍ଗତ ଦର୍ଜିଂ ଠାରେ ଏକ ବିଦ୍ୟୁତ୍ ନିର୍ମାଣ କମ୍ପାନୀର କ୍ୟାମ୍ପ ରେ ଭୀଷଣ ଡକାୟତି ହୋଇଯାଇଛି।
ଅଫଶୋର କଷ୍ଟ୍ରକ୍ସନ୍ କମ୍ପାନୀ ତରଫରୁ ସେଠାରେ ବିଦ୍ୟୁତ ସବ୍ ଷ୍ଟେସନ୍ କାମ ଚାଲିଥିଲା। ଗୁରୁବାର ରାତିରେ ୨୦ ରୁ ୨୨ ଜଣ ଡକାୟତ ବିଭିନ୍ନ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚି ଥିଲେ। କମ୍ପାନୀ ର କର୍ମଚାରୀ ମାନଙ୍କୁ ସେଠାରେ ମାଡ଼ ମାରିବା ସହ ବାନ୍ଧି ପ୍ରାୟ ଦେଢ଼ କୋଟି ଟଙ୍କାର ତମ୍ବା ତାର ଲୁଟି ନେଇଛନ୍ତି। ଲହୁଣୀପଡ଼ା ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖ ଦିନ କୁତ୍ରା ଠାରେ ଏହି କମ୍ପାନୀର କାମ ଚାଲିଥିବା ବେଳେ ମଧ୍ୟ ସଶସ୍ତ୍ର ଡକାୟତି ହୋଇଥିଲା। ଉଭୟ ଡକାୟତି ଘଟଣାର ରାଉରକେଲା ଏବଂ ସୁନ୍ଦରଗଡ଼ ପୋଲିସ୍ ତଦନ୍ତ କରୁଛନ୍ତି।

Leave A Reply

Your email address will not be published.