ରାଉରକେଲା:୨୫/୯(ସତ୍ୟାନ୍ୟୁଜ) କୋଇଡା ବ୍ଲକ୍ କେ.ବଲାଙ୍ଗ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୨୦ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ଅତି କମ୍ ରେ ୫ ଜଣ ଯାତ୍ରୀ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ଅନ୍ୟ ବହୁ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ସୂଚନା ଅନୁଯାୟୀ ରାଉରକେଲାରୁ କୋଇଡା ଯାଉଥିବା ଲିଙ୍ଗରାଜ ନାମକ ଏକ ଘରୋଇ ବସ୍ ଅପରପାର୍ଶରୁ ଆସୁଥିବା ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଛି ।
ଫଳରେ ଘଟଣା ସ୍ଥଳରେ ୫ ବସ୍ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବସ୍ ଝରକାକୁ କଟର୍ ସାହାଯ୍ୟରେ କାଟି ଯାତ୍ରୀମାନଙ୍କୁ ବାହାର କରା ଯାଉଛି। ଏହି ଘଟଣା ସର ଅଞ୍ଚଳରେ ଶୋକ ର ଛାୟା ଖେଳ ଦେଇଛି।