ସୁନ୍ଦରଗଡ଼ : ମେଡିକାଲ କଲେଜ ଏବଂ ହସ୍ପିଟାଲ୍ ରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ।। ପ୍ରତିବାଦରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ।
ସୁନ୍ଦରଗଡ଼:୨୫/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ରେ ମେଡିକାଲ କଲେଜରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ ପରେ ଅସ୍ବାଭାବିକ ପରିସ୍ଥିତି। ଡାକ୍ତରଙ୍କୁ ମାଡ଼ ପ୍ରତିବାଦରେ ଅନ୍ୟ ଡାକ୍ତର ମାନେ ରାତିରେ କାର୍ଯ୍ୟ ବନ୍ଦ କରି ଦେଇଥିଲେ। ଫଳରେ ଓପିଡି ଏବଂ ଜରୁରୀ କାଳୀନ ସେବା ପ୍ରଭାବିତ ହୋଇଥିଲା। ଉତ୍ତେଜନା ଥିବାରୁ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ବୁଝା ଶୁଝା କରିଥିଲେ। ମିଳି ଥିବା ସୂଚନା ଅନୁଯାୟୀ କାଜୁଆଲିଟି ଡ୍ୟୁଟିରେ ଥିବା ଡାକ୍ତର ଙ୍କୁ ଜଣେ ରୋଗୀଙ୍କ ସମ୍ପର୍କୀୟ ସାମାନ୍ୟ କଥା କୁ ନେଇ ମାଡ଼ ମାରିଥିବା ଅଭିଯୋଗ କରି ଡାକ୍ତର ମାନେ ରାତି ରେ ସାମୁହିକ କାର୍ଯ୍ୟ ବନ୍ଦ ଆନ୍ଦୋଳନ କୁ ଓହ୍ଲାଇଥିଲେ । ଓପିଡ଼ି , ଏମରଜେନ୍ସି ସେବା ବନ୍ଦ କରିଦେଇଥିଲେ ଡାକ୍ତର ଏବଂ ଡ଼ାକ୍ତରୀ ଛାତ୍ର।
କିଞ୍ଜିରକେଲା ଅଞ୍ଚଳ ର ଦୁଇଜଣ ଯୁବକ ଜଣେ ରୋଗୀ ଙ୍କୁ ମେଡିକାଲ ନେଇ ଆସିଥିଲେ । ସେଠାରେ ଅସ୍ଥି ଶଲ୍ୟ ଚିକିତ୍ସକ ନଥିବାରୁ ଡ୍ୟୁଟି ରେ ଥିବା ଅନ୍ୟ ଜଣେ ଡାକ୍ତର ଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମେଡିକାଲ ରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ସେଠାରେ ଅତିରିକ୍ତ ଏସପି ଏବଂ ପୁଲିସ ପହଞ୍ଚି ଡାକ୍ତର ମାନଙ୍କ ସୁରକ୍ଷା ଦାୟିତ୍ବ ନିଆ ଯିବା ନେଇ ପ୍ରତିଶୃତି ଦେବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା ।