ବଣାଇ : ବଣାଇ ଅଞ୍ଚଳରେ ବୁଲା କୁକୁର ଆତଙ୍କ।। କୁକୁର କାମୁଡ଼ାରେ ୮ ଆହତ।। କୁକୁର କୁ ପିଟି ପିଟି ମାରିଦେଲେ ଲୋକେ।

0 270

ବଣାଇ : ୨୫/୯(ସତ୍ୟାନ୍ୟୁଜ) ବଣାଇ ଅଞ୍ଚଳରେ ବୁଲା କୁକୁର ଆତଙ୍କ। କୁକୁର କାମୁଡ଼ାରେ ଆଠ ଜଣ ଆହତ ହେବା ପରେ ଉତ୍ୟକ୍ତ ଲୋକେ ପିଟି ପିଟି କୁକୁର କୁ ମାରି ଦେଲେ। ଏପରି ଏକ ଅଭାବନୀୟ ଘଟଣା ବଣାଇର ଶୁଣ୍ଢୀକୋଣ ଅଞ୍ଚଳ ରେ ଘଟିଛି। ଏହି ବୁଲା କୁକୁର ଟି ବୁଲି ବୁଲି ଏ ଅଂଚଳ ରେ ପ୍ରାୟ ୮ ଜଣଙ୍କୁ କାମୁଡିବାରୁ ସମସ୍ତ ଆହତ ଖଣ୍ଡିଆ ଖାବରା ହୋଇ ବଣାଇ ମେଡିକାଲ କୁ ଆସି ଥିଲେ। ସେଠାରେ ସମସ୍ତଙ୍କୁ କୁକୁର କାମୁଡା ଇଞ୍ଜେକସନ ଦିଆ ଯାଇଥିବା ଜଣା ପଡିଛି। ଅନ୍ୟ ପଟେ ମଧୁପୁର ଅଞ୍ଚଳରେ ମଧ୍ୟ ତିନି ଚାରି ଜଣକୁ କୁକୁର କାମୁଡି ଥବା ଜଣା ପଡିଛି। ତେବେ କୁକୁର ଟି ବୁଲି ବୁଲି କାମୁଡି ଥିବାରୁ ଏହା ପାଗଳ ହୋଇ ଯାଇଥିବା କୁହା ଯାଉଛି।

Leave A Reply

Your email address will not be published.