ରାଉରକେଲା : MSQ ଆପ୍ ଜରିଆରେ ଲକ୍ଷଲକ୍ଷ ଟଙ୍କା ଠକେଇ ମାମଲାରେ ୩ ଗିରଫ।। ଅନ ଲାଇନ୍ ଠକ ସଂସ୍ଥାର କିଙ୍ଗପିନ୍ ଅଶୋକ ବଡାଇକ୍ ଗିରଫ।

1 224

ରାଉରକେଲା:୨୪/୯(ସତ୍ୟାନ୍ୟୁଜ) ଏମ୍ ଏସ କ୍ୟୁ ଆପ୍ ଜରିଆରେ ଲୋକ ମାନଙ୍କୁ ପ୍ରଭାବିତ କରି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ସଂସ୍ଥା ର ତିନଜଣ ସଦସ୍ୟଙ୍କୁ ରାଉରକେଲା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏହି ଅନଲାଇନ୍ ଠକ ରାକେଟ୍ ର କିଙ୍ଗପିନ୍ ଅଶୋକ
ବଡ଼ାଇକ୍ ମଧ୍ୟ ଗିରଫ ହୋଇଛି। ଏହି ସଂସ୍ଥାର ନେଟୱାର୍କ ବିଭିନ୍ନ ରାଜ୍ୟରେ ରହିଛି। ଲକ୍ଷପତି ହେବାର ଲୋଭ ଦେଖାଇ ଏହି ଫ୍ରଡ୍ କମ୍ପାନୀ କେବଳ ରାଉରକେଲା ଏରିଆରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଛି। ଆଖ ପାଖ ଅଞ୍ଚଳର ମଧ୍ୟ ବହୁ ଲୋକ ଏହି ଠକାମୀର ଶିକାର ହୋଇଛନ୍ତି। ମୋବାଇଲ୍ ଫୋନ୍ ରେ MSQ ଆପ୍ ଡାଉନଲୋଡ୍ କରି ଅନଲାଇନ୍ ବିଜ୍ଞାପନ ମାଧ୍ୟମ ରେ ଏହି ଠକେଇ ହୋଇଛି। ରାଉରକେଲା ତଥା ଆଖପାଖ ଅଞ୍ଚଳର ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଏହି ଠକାମୀ ର ଶିକାର ହୋଇଛନ୍ତି। ଠକାମୀ ର ଶିକାର ହୋଇଥିବା ଲୋକ ମାନେ ଏତେଲା ଦେବାର ୨୪ ଘଣ୍ଟା ମଧ୍ୟରେ ପୋଲିସ୍ ଏହାର କିଙ୍ଗପିନ୍ ସମେତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଙ୍କ ଠାରୁ ଗୋଟିଏ କାର , ନଗଦ ଟଙ୍କା , ଆଧାର କାର୍ଡ , ଡେବିଟ୍ କାର୍ଡ ଆଦି ପୋଲିସ୍ ଜବତ୍ କରିଛି। ଏହି ଆପ୍ ଜରିଆରେ ଅନ୍ୟ ରାଜ୍ୟରେ ମଧ୍ୟ ଠକାମୀ ଚାଲି ଥିବା ସୂଚନା ଥିବାରୁ ପୋଲିସ୍ ର ଅଧିକ ତଦନ୍ତ ଜାରି ରହିଥିବା ରାଉରକେଲା ଏସପି ନୀତେଶ ୱାଧୱାନୀ କହିଛନ୍ତି।

1 Comment
  1. Satya News Alert says

    Good News

Leave A Reply

Your email address will not be published.