ବଣାଇ : ମହୁଲପଦା ଥାନା ଅଞ୍ଚଳରେ ସାପ କାମୁଡାରେ ମା’ ପୁଅ ମୃତ।। ଦୁଇ ମାସରେ ସାପ କାମୁଡାରେ ଜିଲ୍ଲାରେ ୧୨ ଜଣଙ୍କ ମୃତ୍ୟୁ ହେଲାଣି।
ବଣାଇ:୨୪/୯(ସତ୍ୟାନ୍ୟୁଜ) ବଣାଇ ଉପଖଣ୍ଡ ମହୁଲପଦା ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ରେ ମା’ ପୁଅଙ୍କ ମୃତ୍ୟୁ ହୋଇ ଯାଇଛି। ଘରେ ସୋଇଥିବା ବେଳେ ସାପ କାମୁଡ଼ି ଦେବାରୁ ଏହି ଦୁଃଖଦ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ବଡଚୂଆଁ ଗ୍ରାମରେ ଆଜି ଭୋରୁ ଏହି ଦୁଖଃଦ ଘଟଣା ଘଟି ଯାଇଛି। ବଡଚୁଆଁ ଗ୍ରାମର ରଥ କୁଲ୍ହ ଘରେ ଖଟିଆରେ ସୋଇଥିବା ବେଳେ ତାଙ୍କ ସ୍ତ୍ରୀ ତୁଳସୀ କୁଲୁ ଓ ଚାରି ବର୍ଷର ଶିଶୁ ପୁତ୍ର ଅବିନାଶ ତଳେ ସୋଇଥିଲେ। ଭୋର ୩ଟା ବେଳେ ଏକ ବିଷାକ୍ତ ସାପ ମା’ ପୁଅଙ୍କୁ କାମୁଡ଼ି ଦେଇଥିଲା। ସାପ କାମୁଡି ଦେଇ ଥିବା ଜାଣି ପାରି ତୁଳସୀ ଙ୍କ ସ୍ବାମୀ ଉଭୟଙ୍କୁ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ। ଶିଶୁ ପୁତ୍ରର ମୃତ୍ୟୁ ବଣାଇ ଡାକ୍ତରଖାନା ରେ ହୋଇଥିବା ବେଳେ ତୁଳସୀଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା ପଠା ଯାଇଥିଲା। ଚିକିତ୍ସା ପାଇଁ ଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା କୁହା ଯାଉଛି। ଏହି ଘଟଣାରେ ବଡ଼ଚୁଆ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।