ରାଉରକେଲା : ଟ୍ରେନ୍ ଧକ୍କାରେ ଦୁଇ ଭାଇ ମୃତ।। ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ବିରମିତ୍ରପୁର ପାସେଞ୍ଜର ଟ୍ରେନ୍।

0 450

ଟ୍ରେନ ଧକ୍କାରେ ଦୁଇ ଭାଇ ମୃତ। ଅଞ୍ଚଳରେ ଶୋକର ଛାୟା।
ରାଉରକେଲା:୨୪/୯(ସତ୍ୟାନ୍ୟୁଜ) ଗତକାଲି ରାତି ପ୍ରାୟ ସାଢେ ୯ ଟା ବେଳେ ଟ୍ରେନ୍ ରେ କାଟି ଦୁଇ ଭାଇ ମୃତ୍ୟୁ ବରଣ କରିଛନ୍ତି। ଲାଇନ ପାରି ହୋଇ ଘରକୁ ଫେରୁଥିବା ବେଳେ ବିରମିତ୍ରପୁର ପାସେଞ୍ଜର ଟ୍ରେନ ଦୁଇ ଭାଇଙ୍କୁ ଧକ୍କା ଦେଇଥିଲା l ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇ ଯାଇଥିଲା l ମୃତ ଦୁଇଭାଇ ହେଲେ ବାସନ୍ତୀ କଲୋନି ହରିପୁର ବସ୍ତିର ରଞ୍ଜନ ପାତ୍ର (୧୮) ଓ ସାନ ଭାଇ ଜଗନ ପାତ୍ର (୧୫)l ରେଳବାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି l ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ମିଳିଥିବା ସୂଚନା ଅନୁଯାୟୀ ରଞ୍ଜନ ଉଦିତନଗର ଏକ ହୋଟେଲରେ ତାଙ୍କ ମାଙ୍କ ସହ କାମ କରନ୍ତି l ଗତକାଲି ରାତି ପ୍ରାୟ ସାଢେ ୮ଟା ସମୟରେ ଦୁଇଭାଇ ଭଉଣୀକୁ ମୋବାଇଲ ଦୋକାନରୁ ଆଣିବାକୁ ଘରୁ ଯାଇଥିଲେ l ଭଉଣୀକୁ ଘରେ ଛାଡି ପୁଣି ଉଦିତନଗର ମୋବାଇଲ ଦୋକାନକୁ ମୋବାଇଲ ମରାମତି କରିବାକୁ ଯାଇଥିଲେ l ରାତି ପ୍ରାୟ ସାଢେ ୯ ଟାରେ ମୋବାଇଲ ମରାମତି କରି ଦୁଇ ଘରକୁ ଫେରୁ ଥିଲେ l ଟ୍ରେନ ଲାଇନ ପାରି ହେଉଥିବା ବେଳେ ବାରସୁଆଁ ରୁ ବୀରମିତ୍ରପୁର ଫେରୁଥିବା ପାସେଞ୍ଜର ଟ୍ରେନ ଦୁଇ ଭାଇଙ୍କୁ ଧକା ଦେଇଥିଲା l ଘଟଣାସ୍ଥଳରେ ଦୁଇ ଭାଇଙ୍କର ଜୀବନ ଚାଲି ଯାଇଥିଲା l ସ୍ଥାନୀୟ ଲୋକ ଦେଖି ରାଉରକେଲା ରେଳବାଇ ପୁଲିସ ଓ ତାଙ୍କ ପରିବାକୁ ସୂଚନା ଦେଇଥିଲେ l ପୋଲିସ୍ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.