ରାଉରକେଲା : ଜେଲ୍ ରୁ ଫେରାର କଏଦୀ ସୁରେଶ ବାର୍ଲା ଙ୍କ ମୃତ ଦେହ ପାହାଡ ଉପରୁ ୪ ଦିନ ପରେ ଉଦ୍ଧାର।। ପୋଲିସ୍ ତଦନ୍ତ ଜାରି।

0 182

ରାଉରକେଲା:୨୧/୯(ସତ୍ୟାନ୍ୟୁଜ)
ରାଉରକେଲା ସ୍ଵତନ୍ତ୍ର କାରାଗାରରୁ ସେପ୍ଟେମ୍ବର ୧୭ ତାରିଖରେ ଫେରାର ହୋଇଥିବା ବିଚାରାଧୀନ କଏଦୀ ସୁରେଶ ବାର୍ଲାଙ୍କ ମୃତଦେହ ଆଜି ସକାଳେ ଜେଲ୍ ପଛପଟ ଜଙ୍ଗଲ ଅଞ୍ଚଳରୁ ମିଳିଛି। ଦୁର୍ଗାପୁର ପାହାଡ ଉପରୁ ୪ ଦିନ ପରେ ସୁରେଶଙ୍କ ମୃତ ଦେହ ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ପାଇବା ପରେ ଘଟଣା ସ୍ଥଳରେ ପୋଲିସ୍ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ପ୍ରଥମିକ ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

ସୂଚନା ଅନୁଯାୟୀ, ସୁରେଶ ବାର୍ଲା ଜୁଲାଇ ମାସରୁ କାରାଗାରରେ ଥିଲେ। ସେ ନିଜ ମା’ଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ବିଚାରାଧୀନ କଏଦୀ ଭାବେ ଜେଲ ରେ ଥିଲେ। ଗତ ୧୭ ତାରିଖ ଦିନ ସକାଳେ ସେ ଜେଲ୍ ର ପାଚେରୀ ଡେଇଁ ଫେରାର ହୋଇ ଯାଇଥିଲେ।

ଏବେ ପ୍ରଶ୍ନ ଉଠୁଛି ଯେ ସେ କିପରି ଜେଲ୍ ର ଉଚ୍ଚ ପାଚେରୀ ଡେଇଁ ପଳାଇଥିଲେ। ଏବଂ କେଉଁ ପରିପ୍ରେକ୍ଷୀରେ ତାଙ୍କର ମୃତ୍ୟୁ ହେଲା।
ଏ ବାବଦରେ ରଘୁନାଥପାଲି ଥାନାରେ ଏକ ଅପମୃତ୍ୟୁ ମାମଲା ରଜ୍ଜୁ ହୋଇଛି। ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ଜଣା ପଡ଼ିବ ବୋଲି କୁହା ଯାଉଛି।

Leave A Reply

Your email address will not be published.