ରାଉରକେଲା:୨୪/୯(ସତ୍ୟାନ୍ୟୁଜ) ରାଉରକେଲା ବେଦବ୍ୟାସ ଘାଟ ବ୍ରାହ୍ମଣୀ ନଦୀରେ ଗତକାଲି ଠାରୁ ଭାସି ଯାଇ ଥିବା ଯୁବକଙ୍କ ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ। ନିଖୋଜ ଯୁବକଙ୍କୁ ଗତକାଲି ଫାୟାର ଏବଂ ଓଡ୍ରାଫ୍ ଟିମ୍ ଖୋଜିଥିଲେ ମଧ୍ୟ ଉଦ୍ଧାର କରି।ପାରି ନଥିଲେ। ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଉକ୍ତ ଯୁବକ ନଦୀ କୂଳରେ ମୋବାଇଲ ଫୋନ୍ ଏବଂ ପର୍ସ ରଖି ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ନଦୀ ସ୍ରୋତରେ ଭାସି ଯାଇଥିବା ଅନୁମାନ କରାଯାଉଛି। ଯୁବକ ଜଣକ ହାତୀବାରି ଅଞ୍ଚଳର ବୋଲି ଜଣା ପଡ଼ିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।