ରାଜଗାଙ୍ଗପୁର:୨୧/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର
ସ୍ଥିତ କମ୍ୟୁନିଟି ସେଣ୍ଟରରେ ହେଉଥିବା ଦୁର୍ଗା ପୂଜା ଏଥର ଶହେ ବର୍ଷରେ ପହଞ୍ଚିଛି। ଏଥି ପାଇଁ ରାଜଗାଙ୍ଗପୁର ବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।ଏଥର ଦୁର୍ଗାପୂଜାକୁ ଏକ ନିଆରା ଢଙ୍ଗରେ ପାଳନ କରିବେ ବୋଲି ଦୁର୍ଗା ପୂଜା କମିଟିର ସଦସ୍ୟ ମାନେ କହିଛନ୍ତି।
ଇଂରେଜ ଶାସନ ଅମଳରୁ ରାଜଗାଙ୍ଗପୁର ସହରରେ ଏହିଦୁର୍ଗା ପୂଜା ହୋଇଆସୁଛି। ୧୯୨୬ ମସିହାରେ ପ୍ରଥମେ ସ୍ଥାନୀୟ ରେଳ ବିଭାଗ ରେ କାର୍ଯ୍ୟ କରୁଥିବା ଲୋକମାନେ ଏହି ଦୂର୍ଗା ପୂଜା ଆରମ୍ଭ କରିଥିଲେ। ସମୟ ଅନୁସାରେ ଏକ ଛୋଟ ପୁଜାରୁ ଆରମ୍ଭ ହୋଇ ଏହା ଏବେ ରାଜଗାଙ୍ଗପୁର ସହରର ଏକ ପ୍ରତୀକ ଭାବେ ଉଭା ହୋଇଛି। ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତ ବର୍ଷ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ଦୁର୍ଗା ପୂଜା କମିଟିର କାର୍ଯ୍ୟକର୍ତ୍ତା ମାନେ କହିଛନ୍ତି। ପେଣ୍ଡାଲ ରେ ପ୍ରତିମା ନିର୍ମାଣ ଠାରୁ ଆରମ୍ଭ କରି
ସାଜସଜ୍ଜା ଜୋର୍ ସୋର୍ ରେ ଚାଲିଛି।
ଦୁର୍ଗା ପୂଜା ଉପଲକ୍ଷେ ଏକ ବିଶାଳ ଯଜ୍ଞର ଆୟୋଜନ କରାଯାଉଛି।ଏହା ଛଡା ନବରାତ୍ରୀ ଉପଲକ୍ଷେ ମାଙ୍କ ନଅ ଟି ରୂପରେ ମୂର୍ତ୍ତି ତିଆରି କରାଯିବା ସହ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପ୍ରସାଦ ର ବ୍ୟବସ୍ଥା କରାଯାଇଛି।