ସୁନ୍ଦରଗଡ଼ : ବଡ଼ଗାଁ ଥାନା ଅଞ୍ଚଳରେ ଘଟି ଯାଇଛି ଲଜ୍ଜ୍ୟା ଜନକ ଘଟଣା।। ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ଉଲଗ୍ନ କରି ଗାଁ ଦାଣ୍ଡରେ ଚଲାଇଲେ।

0 2,512

ପରକୀୟା ପ୍ରୀତି ଧରାପଡ଼ିବାରୁ..
ଗାଁ ରେ ବସିଲା କାଙ୍ଗାରୁ କୋର୍ଟ ।
କୋର୍ଟ ର ଫଇସଲା : ସ୍ତ୍ରୀକୁ ଉଲଗ୍ନ କରି ଗାଁରେ ବୁଲାଇଲା ଓ ନିସ୍ତୁକ ମାଡ଼ ମାରିଲା ସ୍ୱାମୀ ।

ସୁନ୍ଦରଗଡ଼:୨୦/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରୁ ଆସିଛି ସଭ୍ୟ ସମାଜର ମୁଣ୍ଡ ନୂଆଁଇଲା ଭଳି ଏକ ଘଟଣା। ସ୍ତ୍ରୀର ତଥାକଥିତ ପରକୀୟା ପ୍ରୀତି ଧରା ପଡ଼ିବାରୁ ସ୍ବାମୀ ଗାଁ ମଝିରେ ଉଲଗ୍ନ କରି ବୁଲାଇବା ସହ ନିସ୍ତୁକ ମାଡ଼ ମାରିଛି ସ୍ତ୍ରୀ କୁ। ଏହା ସହ ଦେଇଛି ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା। ଏଭଳି ଅମାନବୀୟ କାର୍ଯ୍ୟର ଭିଡିଓ ଭାଇରାଲ୍ ହୋଇଛି।

ମହିଳାଙ୍କ ସ୍ବାମୀ ବେଙ୍ଗାଲୁରୁରେ କାମ କରନ୍ତି । ସ୍ତ୍ରୀ ର ଅନ୍ୟ ଏକ ଗାଁର ଜଣେ ଅବିବାହିତ ଯୁବକଙ୍କ ସହ ସମ୍ପର୍କ ଗଢ଼ି ଉଠିଥିବା କୁହା ଯାଉଛି। ଯୁବକ ଜଣକ ଚାରିଦିନ ହେଲା ମହିଳାଙ୍କ ଘରକୁ ଆସି ରହୁଥିଲା। ଘଟଣା ପ୍ରଘଟ ହେବା ପରେ ଗ୍ରାମବାସୀ ଉଭୟଙ୍କୁ ଧରି କଙ୍ଗାରୁ କୋର୍ଟ ବସାଇଥିଲେ । ସେଠାରେ ଉଭୟେ ପରକୀୟା ପ୍ରୀତି ସ୍ବୀକାର କରିଥିଲେ ବୋଲି କୁହା ଯାଉଛି। ଖବର ପାଇଁ ବୁଧବାର ମହିଳାଙ୍କ ସ୍ବାମୀ ବେଙ୍ଗାଲୁରୁରୁ ଘରକୁ ଫେରିଥିଲେ। ଏହାପରେ ସ୍ତ୍ରୀଙ୍କୁ ସର୍ବ ସମ୍ମୁଖରେ ମାଡ଼ ମାରିବା ସହ ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲାଇଥିଲେ । ଏହାର ଭିଡିଓ ଭାଇରାଲ୍ ହୋଇଛି। ହେଲେ କଙ୍ଗାରୁ କୋର୍ଟ ନେଇ ଗ୍ରାମବାସୀ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲୁ ନାହାନ୍ତି। ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା କୁହା ଯାଉଛି। ତେବେ ଏହି ଲଜ୍ଜ୍ୟା ଜନକ ଭିଡିଓ ଭାଇରାଲ୍ ହେବା ପରେ ସୁନ୍ଦରଗଡ଼ ଏସପି ଅମ୍ରିତ୍ ପାଲ୍ କୌର ଗାଁ ରେ ପୋଲିସ୍ ଫୋର୍ସ ସହ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଏହା ସହ ୧୪ ଜଣଙ୍କୁ ଥାନାକୁ ଆଣି ପଚରା ଉଚୁରା କରୁ ଛନ୍ତି।

Leave A Reply

Your email address will not be published.