ବଣାଇ : ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର୍।। ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ି ଗିରଫ।

0 396

ବଣାଇ :୨୦/୯(ସତ୍ୟାନ୍ୟୁଜ) ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର୍। ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେ ଥିବା ରୁକୁଡା ଜଳ ସେଚନ ପ୍ରକଳ୍ପ ରେ କାମ କରୁ ଥିବା ଡାଟା ଏଣ୍ଟ୍ରି ଅପରେଟର ପୃଥ୍ୱୀରାଜ କାମିଲ୍ ଆଜି ଜଣେ ଗ୍ରାମବାସୀଙ୍କ ଠାରୁ ଜମି ଅଧିଗ୍ରହଣ ଲାଗି ୭ ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଧରା ପଡିଛନ୍ତି। ରାଉରକେଲା ଭିଜିଲାନ୍ସ ଟିମ୍ ଆଜି ତାଙ୍କୁ ଲାଞ୍ଚ ନେବା ବେଳେ ଧରିବା ସହ ଅଫିସ ଏବଂ ସରକାରୀ କ୍ୱାର୍ଟର କୁ ଯାଞ୍ଚ କରି ଛନ୍ତି। ଅଧିକ ତଦନ୍ତ ଲାଗି ପୃଥ୍ବୀ ରାଜ ଙ୍କୁ ରାଉରକେଲା ଭିଜିଲାନ୍ସ ଅଫିସ୍ ଆଣିଛନ୍ତି।

Leave A Reply

Your email address will not be published.