ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ୮୦ ହଜାର ଟଙ୍କା ମୂଲ୍ୟର ବେଆଇନ୍ ଗଞ୍ଜେଇ ଜବତ।। ୨ ଗିରଫ , ସ୍କୁଟି ଜବତ।

0 218

ସୁନ୍ଦରଗଡ଼:୧୯/୯(ସତ୍ୟାନ୍ୟୁଜ)
ଡ୍ରଗ୍ସ ବିରୋଧୀ ଅଭିଯାନରେ ସୁନ୍ଦରଗଡ଼ ପୋଲିସ କୁ ମିଳିଛି ବଡ଼ ସଫଳତା। ସୁନ୍ଦରଗଡ଼ ସଦର ଥାନା ପୋଲିସ ଆଜି ୭ କେ.ଜି. ୮୫୦ ଗ୍ରାମ୍ ଗଞ୍ଜେଇ ଜବତ କରିଥିବା ବେଳେ ୩ଟି ମୋବାଇଲ୍ ଫୋନ୍, ନଗଦ ଟଙ୍କା ଏବଂ ଗଞ୍ଜେଇ ଚାଲାଣ ରେ ବ୍ୟବହୃତ ଗୋଟିଏ ଇଲେକ୍ଟ୍ରିକ୍ ସ୍କୁଟି ଜବତ କରିଛନ୍ତି।
ଜବତ ହୋଇଥିବା ଗଞ୍ଜେଇ ର ମୂଲ୍ୟ ପ୍ରାୟ ୮୦,୦୦୦/- ଟଙ୍କା ହେବ ବୋଲି ଆନୁମାନ କରା ଯାଉଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଅନୁଗୁଳ କିଶୋର ନଗର ଅଞ୍ଚଳର ଶମ୍ଭୁନାଥ ନାୟକ ଏବଂ ସୁନ୍ଦରଗଡ଼ ବନ୍ଧପାଲି ର ପ୍ରମୋଦ କୁମାର ତ୍ରିପାଠୀ। ଗଞ୍ଜେଇ ଚାଲାଣ ବାବଦରେ ପୋଲିସ୍ ର ଅଧିକ ତଦନ୍ତ ଜାରି ରହିଛି।
ଏହି ସମ୍ବନ୍ଧରେ ସଦର ପୋଲିସ ଥାନା କେସ୍ ନମ୍ବର ୩୩୪, ତାରିଖ ୧୯.୦୯.୨୫, ଧାରା 20(b)(ii)(B)/29 NDPS Act ଅନୁସାରେ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.