ରାଉରକେଲା : ପୋଲିସ୍ କୁ ମିଳିଲା ଏକ ବଡ଼ ସଫଳତା।। ୮୦ ରୁ ଉର୍ଦ୍ଧ୍ବ ମୋବାଇଲ ଫୋନ୍ ଉଦ୍ଧାର କରି ଏହାର ମାଲିକଙ୍କୁ ହସ୍ତାନ୍ତର।

0 276

ରାଉରକେଲା:୧୯/୯(ସତ୍ୟାନ୍ୟୁଜ) ଅପରାଧ ନିୟନ୍ତ୍ରଣ ଏବଂ ଚୋରି କିମ୍ବା ହଜି ଯାଇଥିବା ମୋବାଇଲ୍ ଫୋନ୍ ଉଦ୍ଧାର କରିବାରେ ରାଉରକେଲା ପୋଲିସ କୁ ମିଳିଛି ଏକ ବଡ ସଫଳତା। ଗତ ଦୁଇ ସପ୍ତାହ ମଧ୍ୟରେ ସହର ର ବିଭିନ୍ନ ଥାନା ପୋଲିସ୍ ୮୦ ରୁ ଉର୍ଦ୍ଧ୍ବ ଚୋରି ଏବଂ ହଜି ଯାଉଥିବା ସ୍ମାର୍ଟ ଫୋନ୍ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଫୋନ୍ ର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରା ଯାଇଛି। ପ୍ରାୟ ବର୍ଷେ ରୁ ଦେଢ଼ ବର୍ଷ ହେଲା ଏହି ଫୋନ୍ ଗୁଡ଼ିକ ଚୋରି ହୋଇ ଥିଲା କିମ୍ବା ହଜି ଯାଇଥିଲା। ଆଜି ମିଳିଥିବା ଏହି ସ୍ମାର୍ଟ ଫୋନ୍ ଗୁଡ଼ିକୁ ଏହାର ମାଲିକ ମାନଙ୍କୁ ପୋଲିସ୍ ମୁଖ୍ୟାଳୟରେ ଡିଆଇଜି ଏବଂ ଏସପି ଙ୍କ ଉପସ୍ଥିତି ରେ ହସ୍ତାନ୍ତର କରାଯାଇଛି। ଚୋରି କିମ୍ବା ହଜି ଯାଇଥିବା ମୋବାଇଲ ଫୋନ ଉଦ୍ଧାର ଅଭିଯାନ ର ଏହି କ୍ରମ ସାଇବର୍ ଥାନା ଟିମ୍ ଏବଂ ବିଭିନ୍ନ ଥାନା ପୋଲିସଙ୍କ ଦ୍ଵାରା ଜାରି ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ବ୍ରିଜେଶ ରାଏ ଏବଂ ଏସପି ନୀତେଶ
ୱାଧୱାନି କହିଛନ୍ତି।

Leave A Reply

Your email address will not be published.