ରାଉରକେଲା : ପାର୍ବଣ ୠତୁ ଆରମ୍ଭ ସହ ପୋଲିସ୍ ହେଲା ସତର୍କ।। ବଣାଇ ଉପଖଣ୍ଡରେ ଆରମ୍ଭ ହେଲା ” ଗୁଣ୍ଡା ପ୍ୟାରେଡ୍ “

0 276

ରାଉରକେଲା: ୧୮/୯ (ସତ୍ୟାନ୍ୟୁଜ) – ପାର୍ବଣ ଋତୁ ଆରମ୍ଭ ସହିତ ଅପରାଧ ନିୟନ୍ତ୍ରଣ ଓ ଅସାମାଜିକ ତତ୍ତ୍ୱଙ୍କୁ ନିୟନ୍ତ୍ରଣ କରିବା ପାଇଁ ରାଉରକେଲା ପୋଲିସ ଏକ ବିଶେଷ ପଦକ୍ଷେପ ଗ୍ରହଣ କରିଛି। ଏହାର ଅଂଶରୂପ ଗୁଣ୍ଡା ପ୍ୟାରେଡ୍ ଯୋଜନା ଆରମ୍ଭ କରାଯାଇଛି।

ପୂର୍ବରୁ ସହରର ବିଭିନ୍ନ ଥାନାରେ ଏହି ପ୍ୟାରେଡ୍ ହୋଇଥିଲା। ଆଜି ବଣାଇ ଉପଖଣ୍ଡର ଅନ୍ତର୍ଗତ ବିଭିନ୍ନ ଥାନା ଅଞ୍ଚଳରେ ମଧ୍ୟ ଏହି ପ୍ୟାରେଡ୍ ଆୟୋଜିତ ହୋଇଛି।

ପୂଜା ପାର୍ବଣ ପାଇଁ ଆଗୋଆଗିରେ, ଯେମାନେ ଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ, ସେମାନଙ୍କୁ ଡାକି ଥାନାରେ ପ୍ୟାରେଡ୍ କରାଯାଇଛି।

“ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଏହି ପଦକ୍ଷେପ ବିଶେଷ ସହାୟକ ସାବ୍ୟସ୍ତ ହେବ” ବୋଲି ବଣାଇ ଏସଡିପିଓ କହିଛନ୍ତି

Leave A Reply

Your email address will not be published.