ବଣାଇ : ହାତୀ ଏବେ ଜନ ବସତି ମୁହାଁ।। ହାତୀ ଘଉଡ଼ାଇବାକୁ ବନ ବିଭାଗ ନାକେଦମ୍।

0 155

ବଣାଇ : ୧୨/୯(ସତ୍ୟାନ୍ୟୁଜ) ମଣିଷ ଜଙ୍ଗଲ ଜମି କୁ ଦଖଲ କରିଥିବା ବେଳେ ହାତୀ ଏବେ ଜନ ବସତି ମୁହାଁ। ଜଙ୍ଗଲ ଜମିରେ ଚାଲିଛି ବିଭିନ୍ନ ଖଣି ଖାଦାନ କାର୍ଯ୍ୟ। କିଛି ଜଙ୍ଗଲ ଜମିରେ ଚାଷ ମଧ୍ୟ ହେଉଛି। ତେଣୁ ହାତୀ ଏବେ ଗାଁ ମୁହାଁ। ସମୟ ସମୟେ ଗାଁ ରେ ପଶି ଘର ଭାଙ୍ଗି ଧାନ ଚାଉଳ ଖାଇ ଯାଉଥିବା ବେଳେ ଆଉ କେତେବେଳେ ଚାଷ ଜମିରେ ପଶି ମଧ୍ୟ ଫସଲ ନଷ୍ଟ କରୁଛି।
ସରକାର ଚାଷ ଲାଗି ଏବେ ଜମି , ଘର ଲାଗି ଜାଗା ଜଙ୍ଗଲ ଜମିରେ ଦେଉ ଥିବା ବେଳେ ହାତୀ ରହୁ ଥିବା ବାସ ସ୍ଥାନ ସଙ୍କୁଚିତ ହେବାରେ ଲାଗିଛି। ଏଣୁ ଏବେ ବିଭିନ୍ନ ଜିଲାରେ ହାତୀ ମାନେ ଜଙ୍ଗଲ ଛାଡି କେତେ ବେଳେ ଗାଁ ତ ଆଉ କେତେବେଳେ ସହର ରେ। ବଣାଇ ଫରେଷ୍ଟ ରେଞ୍ଜ ଅଞ୍ଚଳରେ ୩ ଟି ହାତୀ ଙ୍କ ଗତିବିଧି ଏବେ ବୃଦ୍ଧି ପାଇଛି। କେତେବେଳେ ହାତୀ ନଦୀ ଭିତରେ ତ ଆଉ କେତେ ବେଳେ ରାସ୍ତାରେ।

ବନ ବିଭାଗ କର୍ମଚାରୀ ରକ୍ଷକ ଗାଡି ସାହାଯ୍ୟରେ ହାତୀ କୁ ପ୍ରତି ଦିନ ଘଉଡ଼ାଉ ଥିଲେ ମଧ୍ୟ ହାତୀ ଏରିଆ ଛାଡ଼ି ଯାଉ ନାହାନ୍ତି। ହାତୀଙ୍କୁ ଜଙ୍ଗଲ ମଧ୍ୟକୁ ପଠା ଯିବା ନେଇ ବନ ବିଭାଗ ଚିନ୍ତାରେ ଅଛି।

Leave A Reply

Your email address will not be published.