ରାଉରକେଲା : ଦୁର୍ଗାପୂଜା ପ୍ରସ୍ତୁତି।। ରାଉରକେଲା ମହାନଗର ନିଗମ ପକ୍ଷରୁ ହାତକୁ ନିଆଯାଇଛି ବିଭିନ୍ନ କାର୍ଯ୍ୟକ୍ରମ।

0 192

ରାଉରକେଲା:୧୦/୯(ସତ୍ୟାନ୍ୟୁଜ) ଆଗକୁ ଆସୁଛି ପାର୍ବଣ ୠତୁ। ଗଣେଶ ପୂଜା ଉତ୍ସବ ସମାପନ ପରେ ଏବେ ଚାଲିଛି ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି। ଏଥି ପାଇଁ ସହରର ବିଭିନ୍ନ ଅଞ୍ଚଳରେ ଥିବା ପୂଜା ପେଣ୍ଡାଲ ନିକଟରେ ଚାଲିଛି ଆକର୍ଷଣୀୟ ତୋରଣ ନିର୍ମାଣ। ରାଉରକେଲା ଇସ୍ପାତ ସହରରେ ବହୁ ଜାକଜମକରେ ଦୁର୍ଗାପୂଜା ପାଳନ କରା ଯାଇଥାଏ। ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ପେଣ୍ଡାଲ ରେ ମା ଦୂର୍ଗାଙ୍କ ପୂଜା କରା ଯାଏ। ଗୋଟିଏ ପଟେ ଦୁର୍ଗା ପୂଜା ପାଇଁ ବିଭିନ୍ନ କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ରାଉରକେଲା ମହାନଗର ନିଗମ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଚାଲିଛି। ଲୋକ ମାନେ ଯେପରି ସୁବିଧାରେ ପୂଜା ବୁଲି ପାରିବେ ସେଥିଲାଗି ରାସ୍ତା ମରାମତି କରାଯିବା ସହ ରାସ୍ତା ପାର୍ଶ୍ୱକୁ ଆକର୍ଷଣୀୟ କରା ଯାଇଛି। ବିଭିନ୍ନ ସ୍ଥାନରେ ରଙ୍ଗ ଦେବା ସହ ସୁନ୍ଦର ସୁନ୍ଦର ଫୁଲଗଛ ଲଗା ଯାଇଛି। ରାସ୍ତା ପାର୍ଶ୍ବରେ ଥିବା ବଡ଼ବଡ଼ ଗଛକୁ ମଧ୍ୟ ଡ୍ରେସିଂ କରି ସାଇଜ୍ କରା ଯାଇଛି। ଅନ୍ୟ ପକ୍ଷରେ ମହାନଗର ନିଗମ କମିଶନର ଦିନା ଦସ୍ତଗିର୍ ବିଭିନ୍ନ ପାର୍କ , ଶୌଚାଳୟ ପରିଦର୍ଶନ କରି ଏହାର ରକ୍ଷଣା ବେକ୍ଷଣ ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କମିଶନର ଉଦିତ ନଗର ରେ ଥିବା ନେତାଜୀ ପାର୍କ ପରିଦର୍ଶନ କରି ସେଠାରେ ଲାଗିଥିବା ଖେଳ ସରଞ୍ଜାମ ର ସଠିକ୍ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ବ ଦେଇଛନ୍ତି। ଏହା ସହ ପାର୍କ ର ସୋନ୍ଦର୍ଯ୍ୟ କରଣ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.