ରାଉରକେଲା:୧୭/୯(ସତ୍ୟାନ୍ୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିବସ ଉପଲକ୍ଷେ
” ଏକ୍ ପେଡ୍, ମା’ କେ ନାମ୍” ୨ ରେ ଦେଶରେ ଆଜି ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରା ଯାଉଛି। ଏହି ଅଭିଯାନ ଏକ ଜନ ଆନ୍ଦୋଳନ ରେ ପରିଣତ ହୋଇଛି। ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟ ଲରେ ଓଡ଼ିଶା ରେ ୬ କୋଟି ୭୨ ଲକ୍ଷ ଚାରା ରୋପଣ କରା ଯାଇଥିଲା। ଚଳିତ ବର୍ଷ ଅଭିଯାନରେ ରାଜ୍ୟରେ ୭ କୋଟି ୫୦ ଲକ୍ଷ ଚାରା ରୋପଣ ପାଇଁ ଲକ୍ଷ୍ୟ ରଖା ଯାଇଛି । କେବଳ ଆଜି ଦିନରେ ରାଜ୍ୟରେ ୭୫ ଲକ୍ଷ ଚାରା ରୋପଣ କରା ଯାଉଛି। ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ରାଉରକେଲା ପୋଲିସ ପକ୍ଷରୁ ରିଜର୍ଭ ପୋଲିସ୍ ଲାଇନ୍ ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରା ଯାଇଥିଲା। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ , ରାଉରକେଲା ଏସପି ନୀତେଶ ୱାଧୱାନୀ ଙ୍କ ଉପସ୍ଥିତିରେ ପୋଲିସ୍ କର୍ମଚାରୀ ମାନେ ଚାରା ରୋପଣ କରିଥିଲେ। ପଶ୍ଚିମାଞ୍ଚଳ ପୋଲିସ୍ ରେଞ୍ଜ ରେ ୩୦ ହଜାର ଚାରା ଆଜି ରୋପଣ କରା ଯାଉଥିବା ବେଳେ ରାଉରକେଲା ପୋଲିସ ଜିଲ୍ଲାରେ ୧୦ ହଜାର ଚାରା ରୋପଣ କରାଯାଉଛି।