ବଣାଇ : ବଣାଇ କୁ ପୌର ପରିଷଦ ଘୋଷଣା ଦାବିରେ ମଙ୍ଗଳବାର ୬ ଘଣ୍ଟିଆ ବନ୍ଦ ଡାକରା।। ବନ୍ଦ ଡାକରା ଦେଲା ବିଜେଡି।

0 314

ବଣାଇ କୁ ପୌର ପରିଷଦ ଘୋଷଣା ଦାବିରେ ଆସନ୍ତାକାଲି ବିଜୁ ଜନତା ଦଳର ୬ ଘଣ୍ଟିଆ ବନ୍ଦ ଡାକରା।

ବଣାଇ : ୮/୦୯ (ସତ୍ୟାନ୍ୟୁଜ):
ବଣାଇ କୁ ପୌର ପରିଷଦ ଘୋଷଣା କରିବା ଦାବିରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆସନ୍ତାକାଲି, ମଙ୍ଗଳବାର, ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ସକାଳ ୬ଟାରୁ ଆରମ୍ଭ ହେବ।

ଜରୁରୀ ସେବା ବ୍ୟତୀତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆ ଯାଉଛି । ବଣାଇ ଲୋକଙ୍କ ସ୍ବାର୍ଥରେ ପୌର ପରିଷଦ ଘୋଷଣା ନିହାତି ଆବଶ୍ୟକ ବୋଲି ବଣାଇ ବିଜେଡି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ କହିଛନ୍ତି।

ବନ୍ଦ କୁ ସଫଳ କରିବାକୁ ବିଜେଡି କର୍ମୀମାନେ ଆଜି ବଣାଇ ସହରରେ ଲୋକଙ୍କୁ ସହଯୋଗ ପାଇଁ ଆହ୍ୱାନ କରିଛନ୍ତି।

ଉଲ୍ଲେଖନୀୟ ଯେ, ବଣାଇ କୁ ପୌର ପରିଷଦ ଘୋଷଣା କରିବାକୁ ବହୁଥର ଦାବି ଓ ଆନ୍ଦୋଳନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ବନ୍ଧରେ ଅବଗତ କରାଇଥିଲେ। ସେ କହିଥିଲେ ଯେ ବଣାଇ କୁ ପୌର ପରିଷଦ ଘୋଷଣା ପ୍ରକ୍ରିୟା ଚାଲିଛି। ସ୍ୱାୟତ୍ତ ଶାସନ ଦିବସରେ ଘୋଷଣା ହେବ ବୋଲି ଲୋକମାନେ ଆଶା କରିଥିଲେ, କିନ୍ତୁ ଘୋଷଣା ନ ହେବାରୁ ଏବେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ବଣାଇ ବନ୍ଦ ଡାକରା ଦିଆଯାଇଛି।

Leave A Reply

Your email address will not be published.