ରାଜଗାଙ୍ଗପୁର : ମଟର ସାଇକେଲ – ଟ୍ରେଲର ଦୁର୍ଘଟଣା। ଦୁଇ ବାଇକ୍ ଆରୋହୀ ମୃତ।

0 317

ରାଜଗାଙ୍ଗପୁର:୭/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରାଣୀବନ୍ଧ ଓଭରବ୍ରିଜ ନିକଟରେ ଏକ ଦୁର୍ଘଟଣା ଘଟିଛି।
ଛିଡ଼ା ହୋଇଥିବା ଅବସ୍ଥାରେ ରାସ୍ତାରେ ରହିଥିବା ଏକ ଟ୍ରେଲର ସହ ମଟର ସାଇକେଲ ଧକ୍କା ହେବା ଫଳରେ ଦୁଇ ବାଇକ୍ ଆରୋହୀ ମୃତ୍ୟୁ ବରଣ କରିଛନ୍ତି। ଦୁର୍ଘଟଣାରେ ବାଇକ୍ ଆରୋହୀ ଦ୍ବୟ ଗୁରୁତର ଆହତ ହୋଇଥିଲେ।
ସ୍ଥାନୀୟ ଲୋକଙ୍କ ସହଯୋଗରେ ରାଜଗାଙ୍ଗପୁର ପୋଲିସ ଆହତ ଙ୍କୁ ଉଦ୍ଧାର କରି ତୁରନ୍ତ ସରକାରୀ ଡାକ୍ତରଖାନାକୁ ନେଇଥିଲେ।
କିନ୍ତୁ ଡାକ୍ତରମାନେ ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ରାଜଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରେଲରକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ମଟର ସାଇକେଲ ଓ ଟ୍ରେଲର ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟଣା ଏହି ଅଞ୍ଚଳରେ ପୁଣିଥରେ ସଡ଼କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଓଭରବ୍ରିଜ ନିକଟରେ ପ୍ରାୟତଃ ଭାରି ଯାନବାହନ ବିନା ସୁରକ୍ଷାରେ ରଖାଯାଉଥିବାରୁ ଦୁର୍ଘଟଣାର ସମ୍ଭାବନା ବଢ଼ୁଛି। ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Leave A Reply

Your email address will not be published.