ସୁନ୍ଦରଗଡ଼ : କୋଇଲା ବୋଝେଇ ଟ୍ରେଲର ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା।। କ୍ଷତିପୂରଣ ଦାବିରେ ରାସ୍ତା ରୋକ।

0 393

ସୁନ୍ଦରଗଡ଼:୭/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଥାନା ଅନ୍ତର୍ଗତ ବାଙ୍କିବାହାଲ – ଟପରିଆ ରାସ୍ତା ର ଗଏକନପାଲି ନିକଟରେ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା ଦେଖା ଦେଇଛି। ମୃତକ ପାଖ ଗ୍ରାମର ମନୋଜ ଭୋଇ ବୋଲି ଜଣା ପଡ଼ିଛି। କୋଇଲା ବୋଝେଇ ଏକ ଟ୍ରେଲର ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଛି।
ଏହି ଦୁର୍ଘଟଣା ପରେ ଉକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖା ଦେଇଛି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଗ୍ରାମବାସୀମାନେ ରାସ୍ତା ରୋକ କରିଛନ୍ତି। ଏହା ସହ ଉକ୍ତ ରାସ୍ତା ଦେଇ କୋଇଲା ପରିବହନକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି ଉଠାଇଛନ୍ତି।

ରାସ୍ତା ରୋକ ଯୋଗୁଁ ଯାନ ବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଉଭୟ ପଟେ ବହୁ ଗାଡ଼ି ଅଟକି ରହିଛି। ପରିସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ହେମଗିରି ଥାନା ପୁଲିସ ଓ ଅନ୍ୟାନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।

Leave A Reply

Your email address will not be published.