ରାଉରକେଲା : ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କଲେ ଅବକାରୀ ବିଭାଗ।। ମହିଳାଙ୍କ ସମେତ ୨ ଗିରଫ।

0 228

ରାଉରକେଲା:୬/୯(ସତ୍ୟାନ୍ୟୁଜ) ରାଉରକେଲା ଅବକାରୀ ବିଭାଗ ଏକ ବଡ ଧରଣର ନକଲି ମଦ କାରବାର ଉପରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛନ୍ତି। ନକଲି ବେଆଇନ୍ ବିଦେଶୀ ମଦ କାରବାର ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୭୦ ଲିଟର ମଦ ଜବତ କରାଯାଇଛି। ଜବତ ମଦ ର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହୋଇ ଥିବା ଅବକାରୀ ସୂତ୍ରରୁ ଜଣା ପଡ଼ିଛି। ରଘୁନାଥପାଲି ଥାନା ଅନ୍ତର୍ଗତ ଜଲଦା ଅଞ୍ଚଳର ଶତ୍ରୁଘନ୍ ପଶାୟତ ଏବଂ ଜଣେ ମହିଳା ଝାଡ଼ଖଣ୍ଡ ରୁ ଏହି ନକଲି ବିଦେଶୀ ମଦ ଆଣି ରାଉରକେଲାରେ ବୋତଲ ରେ ଭର୍ତ୍ତି କରି ବିକ୍ରୀ କରୁ ଥିଲେ। ପରେ ନୂଆ ଲେବଲ୍ ଲଗାଇ ଚଢ଼ା ଦରେରେ ବିକ୍ରି କରୁଥିଲେ। ଏହି ମଦ କୁ ବିଭିନ୍ନ
ଢାବା ଏବଂ ହୋଟେଲ କୁ ସପ୍ଲାଇ କରାଯାଉଥିଲା। ଅବକାରୀ ବିଭାଗ ଅଭିଯୁକ୍ତ ମାନଙ୍କ ନିକଟରୁ ଖାଲି ବୋତଲ , ଠିପି , ଲେବଲ୍ ଏବଂ। ମଦ ରି ଫିଲିଂ ର ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି। ଅଭିଯୁକ୍ତ ଶତୃଘ୍ନ ପୂର୍ବରୁ ମଧ୍ୟ ନକଲି ମଦ କାରବାର ଅଭିଯୋଗ ରେ ଗିରଫ ହୋଇଛି। ଆଗକୁ ପାର୍ବଣ ୠତୁ ଆସୁ ଥିବାରୁ ଅବକାରୀ ନିର୍ଦ୍ଦେଶକ ଙ୍କ ଆଦେଶ ଅନୁସାରେ ଏହି ପରି ଚଢାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହା ଯାଇଛି।

Leave A Reply

Your email address will not be published.