ସୁନ୍ଦରଗଡ଼ : ବିଜୁ ଏକ୍ସପ୍ରେସ ୱେ ରେ ଚଳନ୍ତା ଟ୍ରକରେ ଲାଗିଲା ନିଆଁ।। ଡ୍ରାଇଭର ଏବଂ ହେଲ୍ପର୍ ସୁରକ୍ଷିତ।

0 174

ଚଳନ୍ତା ଟ୍ରକରେ ଲାଗିଲା ନିଆଁ ସୁନ୍ଦରଗଡ:୬/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଗୋମାରଡିହି ବସ ଷ୍ଟାଣ୍ଡ ନିକଟରେ ଚଳନ୍ତା ଟ୍ରକରେ ନିଆଁ ଲାଗିଥିବା ବେଳେ ନିଆଁକୁ ରାସ୍ତାରେ ଯାଉଥିବା କେତେକ ଟ୍ରକ ଚାଳକ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ନିଆଁ ଲିଭି ନଥିବାରୁ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ସମ୍ପୂର୍ଣ ଭାବେ ଆୟତ୍ତ କରିଥିଲେ।
ଘଟଣାରୁ ଜଣା ପଡ଼ିଛି ଯେ ରାୟପୁରରୁ ଲୁହା ପାଇପ ବୋଝେଇ ଏକ ଟ୍ରକ ରାଉରକେଲାକୁ ବିଜୁ ଏକ୍ସପ୍ରେସ ୱେ ଉପରେ ଯାଉଥିବା ବେଳେ ଗୋମାରଡିହି ବସ ଷ୍ଟାଣ୍ଡ ନିକଟରେ ଟ୍ରୁକର ପଛ ପଟରୁ ଧୁଆଁ ବାହାରୁଥିବା ଦେଖି ଏହାର ଚାଳକ ଅଟକାଇଥିଲେ। ଟ୍ରକ୍ ଚକରେ ନିଆଁ ଲାଗିଥିବା ଦେଖି ନିକଟରେ ଥିବା ଆଉ କିଛି ଲୋକ ଓ ସ୍ଥାନୀୟ ଲୋକେ ପାଣି ଆଣି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଠା କରୁଥିବା ବେଳେ ଖବର ପାଇ କୁତ୍ରା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Leave A Reply

Your email address will not be published.