ରାଉରକେଲା : ସିପେଟ୍ ର ସ୍ବଚ୍ଛତା ଅଭିଯାନ।। ବେଦବ୍ୟାସ ମନ୍ଦିର ପରିସର ତଥା ଆଖପାଖ ଅଞ୍ଚଳ ରେ ସଫେଇ କାର୍ଯ୍ୟ କଲେ।

0 262

ସିପେଟ , ରାଉରକେଲା ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ରାଉରକେଲା:୬/୯(ସତ୍ୟାନ୍ୟୁଜ) ରାଉରକେଲା ଛେଣ୍ଡ ସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚୁଟ ଅଫ ପେଟ୍ରୋକେମିକାଲ ଇଞ୍ଜିନିଅରିଂ ଆଣ୍ଡ ଟେକ୍ନୋଲୋଜ଼ି (ସିପେଟ) ଦ୍ୱାରା ଆଜି ବେଦବ୍ୟାସ ମନ୍ଦିର ପରିସର ଏବଂ ଆଖପାଖ ଅଞ୍ଚଳରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା I ବେଦବ୍ୟାସ ଲୁଂଗେଇ ଅଞ୍ଚଳ ସ୍ଥିତ ସିପେଟ ହଷ୍ଟେଲ୍ ରୁ ଶତାଧିକ ପ୍ରଶିକ୍ଷାର୍ଥୀ ଓ ସିପେଟର ସମସ୍ତ କର୍ମଚାରୀ ଏକ ଶୋଭାଯାତ୍ରାରେ ବାହାରି ବେଦବ୍ୟାସ ମନ୍ଦିରରେ ପହଁଞ୍ଚି ମନ୍ଦିର ପରିସର ସଫା କରିଥିଲେ I ସ୍ୱଚ୍ଛତା ହିଁ ସୁନ୍ଦର ସ୍ୱାସ୍ଥ୍ୟ ଓ ସଫଳତାର ଚାବିକାଠି ବୋଲି ବାର୍ତ୍ତା ଦେଇଥିଲେ I ସିପେଟର ଡ଼ାଇରେକ୍ଟର ଶ୍ରୀ ଭଞ୍ଜ ପ୍ରସାଦ ପାତ୍ର ଓ ପ୍ରଶାସନିକ ଅଧିକାରୀ ଶ୍ରୀ ଜୟନ୍ତ କୁମାର ଦାସ ଏହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ସହିତ ଆଗକୁ ଏଭଳି ଅନେକ କାର୍ଯ୍ୟକ୍ରମ କରାଯିବ ବୋଲି ସୂଚାଇଥିଲେ I ସିପେଟର ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବାସିନ୍ଦା ଓ ବିଭିନ୍ନ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଥିଲା I ଏହି କାର୍ଯ୍ୟକ୍ରମକୁ ସିପେଟ ରାଉରକେଲାର ଶାଖା ପରିଚାଳକ ଶ୍ରୀ ତୃପ୍ତି ରଞ୍ଜନ ସିଂ ପରିଚାଳନା କରିଥିଲେ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଯଥା ଅଧ୍ୟାପକ ଶ୍ୟାମ ରଞ୍ଜନ ମାରାଣ୍ଡି, ରଜତ କୁମାର ଲେଙ୍କା, ଶୁଭେନ୍ଦୁ ପରିଡ଼ା, ରିଶଭ କୁମାର, ବଟକୃଷ୍ଣ ସାହୁ ଏବଂ ଅଧ୍ୟାପିକା ସୁଦୀପ୍ତା ପଣ୍ଡା ଆଦି ସହଯୋଗ କରିଥିଲେ I

Leave A Reply

Your email address will not be published.