ବିରମିତ୍ରପୁର : ୧୪୩ ନମ୍ୱର୍ ଜାତୀୟ ରାଜପଥ ଚର୍ଚ୍ଚ ନିକଟରେ ଓଲଟି ପଡ଼ିଲା କାର।। ଅଳ୍ପକେ ବର୍ତ୍ତିଲେ କାର ରେ ଥିବା ବ୍ୟକ୍ତି ଏବଂ ଚାଳକ।
ବିରମିତ୍ରପୁର:୬/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନମ୍ୱର୍ ଜାତୀୟ ରାଜପଥ ରେ ଆଜି ଅପରାହ୍ନ ରେ ଏକ ଭୟଙ୍କର ଦୁର୍ଘଟଣା ଘଟି ଯାଇଛି। ଏହି ଦୁର୍ଘଟଣାରେ କାର ଚାଳକ ଏବଂ କାର ରେ ବସିଥିବା ଜଣେ ବ୍ୟକ୍ତି ଅଳ୍ପକେ ରକ୍ଷା ପାଇଁ ଯାଇଥିବା ବେଳେ ଦୁଇ ଜଣ
ପଥାଚାରୀ ସାମାନ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ଗ୍ରସ୍ତ ବ୍ରେଜା କାର ଟି ଦୃତ ଗତିରେ ଯାଉଥିବା ବେଳେ ଆର୍ ସି ଚର୍ଚ୍ଚ ନିକଟରେ ଏହି ଦୁର୍ଘଟଣା ଘଟି ଥିବା କୁହା ଯାଉଛି। ଜଣେ ବାଇକ୍ ଆରୋହୀ ଙ୍କ ସହ ସାମାନ୍ୟ ଧକ୍କା ହେବା ପରେ କାର ଟି ଓଲଟି ପଡ଼ିଥିଲା। କାର ର ସମ୍ମୁଖରେ ଥିବା ସୁରକ୍ଷା ବେଲୁନ ଖୋଲି ଯିବା ଫଳରେ କାର ରେ ଥିବା ବ୍ୟକ୍ତିଙ୍କ ବିଶେଷ କ୍ଷତି ହୋଇ ନାହିଁ। ବିରମିତ୍ରପୁର ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।