ଲହୁଣୀପଡା: ସାପ କାମୁଡାରେ୧୦ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ।। ଘରେ ସୋଇଥିବା ବେଳେ ସାପ କାମୁଡ଼ି ଥିଲା।

0 198

ବଣାଇ : ୪/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ର ଲୁଧୁଣି ଗାଁ ରେ ଘରେ ଶୋଇ ଥିବା ବେଳେ ସାପ କାମୁଡ଼ାରେ ଜଣ ୧୦ମ ଶ୍ରେଣୀ ଛତ୍ରୀ ଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତିରେ ସାପ କାମୁଡ଼ି ଥିଲା। ଆଜି ଲହୁଣୀପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଙ୍କୁ ତାଙ୍କୁ ଅଣା ଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଉକ୍ତ ଛାତ୍ରୀ ଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍ ପଠା ଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସୂଚନାଯୋଗ୍ୟଯେ ଗତ ସପ୍ତାହରେ ବଣାଇ ଅଞ୍ଚଳରେ ସାପ କାମୁଡାରେ ଦୁଇ ନାବାଳକ ଭାଇ ଭଉଣୀଙ୍କ ମୃତ୍ୟୁ ହୋଇଥିଲା। ଏବେ ବଣାଇ ଉପଖଣ୍ଡରେ ପ୍ରବଳ ବର୍ଷା ହେଉନଥିବାରୁ ଗାତ ସବୁ ପାଣିରେ ଭର୍ତ୍ତି ହୋଇ ଯାଉଛି। ଫଳରେ ସାପ ଗାତ ରୁ ବାହାରି ଆସି ଘରେ ପଶି ଯାଉଛନ୍ତି। ଏଥି ପ୍ରତି ସତର୍କ ରହିବାକୁ ସ୍ନେକ୍ ହେଲ୍ପ ଲାଇନ୍ ପକ୍ଷରୁ ପରାମର୍ଶ ଦିଆ ଯାଇଛି।

Leave A Reply

Your email address will not be published.