ରାଜଗାଙ୍ଗପୁର : ରେଳ ଟ୍ରାକ୍ ରେ ପଡ଼ି ରହିଛି ଆହତ ହାତୀ।। ଟ୍ରାକ୍ ରେ ଚାଲିଛି ଚିକିତ୍ସା।। ଟ୍ରେନ୍ ଧକ୍କାରେ ଆହତ ହୋଇଥିବା ଆଶଙ୍କା।

0 608

ରାଜଗାଙ୍ଗପୁର:୪/୯(ସତ୍ୟାନ୍ୟୁଜ) ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ସାଗରା ଷ୍ଟେସନ୍ ନିକଟ ରେଳ ଲାଇନ୍ ରେ ଏକ ହାତୀ କ୍ଷତ ବିକ୍ଷତ ଅବସ୍ଥାରେ ପଡ଼ି ରହିଛି। ହାତୀଟି ଗୁରୁତର ଆହତ ହୋଇଛି। ରେଳ ଲାଇନ୍ ପାର ହେଲା ପରେ କୌଣସି ଟ୍ରେନ୍ ହାତୀକୁ ଧକ୍କା ଦେଇ ଥିବା ଆଶଙ୍କା କରା ଯାଉଛି। ଘଟଣା ସ୍ଥଳରେ ରେଳ କର୍ମଚାରୀ , ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି ଯାଞ୍ଚ କରୁଛନ୍ତି। ହାୱଡା – ମୁମ୍ବାଇ ମାର୍ଗରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗୀତାଞ୍ଜଳି , ରାଜ୍ୟ ରାଣୀ ଏବଂ ଅନ୍ୟ କେତେକ ଟ୍ରେନ୍ ଅଟକି ରହିଛି। ରାଉରକେଲା ଫରେଷ୍ଟ ଡିଭିଜନ ର ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଆହତ ହାତୀ କୁ ଟ୍ରାକ୍ ରୁ ସ୍ଥାନାନ୍ତର କରି ଚିକିତ୍ସା କରା ଯିବାକୁ ଉଦ୍ୟମ କରା ଯାଉଛି।ସବିଶେଷ ବିବରଣୀ କୁ ଅପେକ୍ଷା କରା ଯାଇଛି।

Leave A Reply

Your email address will not be published.