ବଣାଇ : ଗାଁ କୁ ବସ ଚଳାଚଳ ଦାବିରେ ୨୪ ଘଣ୍ଟା ହେଲା ବସ୍ ଏବଂ ବସ୍ କର୍ମଚାରୀ ଅଟକ।। ସରକାରୀ ବସ୍ ପଞ୍ଚାୟତ କାର୍ଯ୍ୟାଳୟରେ ଅଟକ ରଖା ଯାଇଛି।

0 150

ବଣାଇ : ୪/୯(ସତ୍ୟାନ୍ୟୁଜ) ୨୪ ଘଣ୍ଟା ହୋଇ ଗଲାଣି। ବସ ଏବଂ ବସ୍ କର୍ମଚାରୀଙ୍କୁ ଅଟକାଇ ରଖି ରଖିଛନ୍ତି ଗ୍ରାମବାସୀ। ଗତକାଲି ଠାରୁ ପଞ୍ଚାୟତ କାର୍ଯ୍ୟାଳୟରେ ଅଟକ ରଖା ଯାଇଛି ବସ୍।
ବଣାଇ ରେ ଘଟି ଯାଇଛି ଏହି ଅଭାବନୀୟ ଘଟଣା। ଗାଁ କୁ ବସ ଚାଲୁ ନଥିବାରୁ ରଜ୍ୟ ପରିବହନ ନିଗମ ଏକ ବସ୍ କୁ ଗତକାଲି ଠାରୁ ଅଟକ ରଖି ଛନ୍ତି ଗାଁ ଲୋକେ। ବଣାଇ ବ୍ଲକର ଗୋବିନ୍ଦପୁର ପଞ୍ଚାୟତକୁ ପରିବହନ ନିଗମ ବସ ଯାଉ ନଥିବାରୁ ଗାଁ ଲୋକେ ଏପରି ପଦକ୍ଷେପ ନେଇଛନ୍ତି। ଭାଲୁପାଣି ଯାଉ ଥିବା ଏହି ବସ କୁ ସରପଞ୍ଚ ଙ୍କ ନେତୃତ୍ବରେ ଶତାଧିକ
ଗ୍ରାମବାସୀ ଜାତୀୟ ରାଜପଥ ରୁ ବସ କୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ଅଟକ ରଖିଥିଲେ। ଗାଁ କୁ ବସ ଚଳାଇବା ଦାବିରେ ବସ୍ ସହ କର୍ମଚାରୀଙ୍କୁ ଅଟକ ରଖିବା ସହ ଧାରଣା ଜାରି ରହିଛି।

Leave A Reply

Your email address will not be published.