ବଣାଇ : ଫରେଷ୍ଟର ଚାକିରି ର ୨୫ ବର୍ଷ ପୂର୍ତ୍ତି କୁ କେକ୍ କାଟି ମନାଇଲେ ସମସ୍ତେ।।। ଖୁସି ମୋହଲରେ ସାଙ୍ଗରେ ସାମିଲ ହେଲେ ପରିବାରର ସଦସ୍ୟ।

0 92

ବଣାଇ : ୩୧/୮(ସତ୍ୟାନ୍ୟୁଜ) ବିଗତ ଦିନର ଅଭୁଲା ସ୍ମ୍ତତି କୁ ସାଙ୍ଗ ସାଥି ମାନଙ୍କ ମଧ୍ୟରେ ଥାଇ ମନେ ପକାଇବା ସମୟରେ ମନରେ ଏକ ଭିନ୍ନ ପ୍ରକାର ଆନନ୍ଦ ସହ ଶିହରଣ ଆସିଥାଏ । ୨୫ ବର୍ଷର ଚାକିରି କାଳ ପୂର୍ତ୍ତି ରେ ବଣାଇ ଏବଂ ରାଉରକେଲା ବନଖଣ୍ଡରେ କାର୍ଯ୍ୟରତ ଫରେଷ୍ଟର ମାନେ ଆଜି ନିଜ ନିଜ ପରିବାର ସହିତ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି ମେଳ ମିଳାପ କାର୍ଯ୍ୟକ୍ରମରେ କେକ୍ କାଟି ଖୁବ ସୁନ୍ଦର ଭାବରେ ନିଜ ନିଜ ପରିବାର ସହିତ ଏହି ଦିନଟିକୁ ମନାଇ ଥିଲେ ସମସ୍ତେ। ଟ୍ରେନିଙ୍ଗ ସମୟରେ ଏକା ବ୍ୟାଚ୍ ରେ କିପରି ପ୍ରଶିକ୍ଷଣ ନେଉ ଥିଲେ, କିପରି ଆନନ୍ଦ ଉଠାଇଥିଲେ , ସେ ବାବଦରେ ସ୍ମୃତି ଚାରଣ କରା ଯାଇଥିଲା। ଖୁସି ଏବଂ ଆନନ୍ଦ ମଧ୍ୟରେ ଅସମୟରେ ହରାଇ ଥିବା ଦୁଇ ଜଣ ସହକର୍ମୀଙ୍କୁ ଭୁଲି ନଥିଲେ ବନ କର୍ମଚାରୀ ମାନେ। ସେମାନଙ୍କ ସହକର୍ମୀ ଦୁଇ ଜଣ ଫରେଷ୍ଟରଙ୍କ ଅକାଳ ବିୟୋଗ ରେ ଦୁଇ ମିନଟ ନିରବ ପ୍ରାଥନା କରା ଯାଇଥିଲା। ଏତେ ଦିନ ପରେ ମିଶି ଥିବାରୁ ସମସ୍ତେ ବେଶ ଆନନ୍ଦ ଅନୁଭବ କରିଥିଲେ।

Leave A Reply

Your email address will not be published.