ବଣାଇ : ବଣାଇ ଫରେଷ୍ଟ ରେଞ୍ଜ ଅଞ୍ଚଳରେ ବାଘର ଉପସ୍ଥିତି ନେଇ ଯାଞ୍ଚ।। ବାଘର ପାଦ ଚିହ୍ନ ଦେଖିବା ପରେ ବନ ବିଭାଗ ସତର୍କ।

0 289

ବଣାଇ : ୩୧/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଜଙ୍ଗଲରେ ଏକ ବାଘର ପାଦ ଚି଼ହ୍ନ ଦେଖିବାକୁ ମିଳିଛି। କିଛି ଲୋକ ବାଘର ଏହି ପାଦ ଚିହ୍ନ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ମାନେ ଜଙ୍ଗଲରେ ପହଞ୍ଚି ପାଦ ଚି଼ହ୍ନ ର ଯାଞ୍ଚ କରିଛନ୍ତି। ଏକ୍ସପର୍ଟ ମାନଙ୍କ ଯାଞ୍ଚ ପରେ ପାଦ ଚି଼ହ୍ନ କେଉଁ ବାଘର ତା ସ୍ପଷ୍ଟ ହେବ। ଅନ୍ୟ ପକ୍ଷରେ ବଣାଇ ଫରେଷ୍ଟ ଡିଭିଜନ ର ସୋଲ୍ ଅଞ୍ଚଳରେ କିଛି ଦିନ ତଳେ ବୁଲୁ ଥିବା ମହାବଳ ବାଘ ଏପଟେ ପଳାଇ ଆସିଛି କିମ୍ବା ଏହା ଆଉ କେଉଁ ବାଘର ପାଦ ଚିହ୍ନ ତାହା ସ୍ପଷ୍ଟ ହୋଇ ପାରି ନାହିଁ। ବାଘର ପାଦ ଚିହ୍ନ କୁ ନେଇ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆ ଯାଇଛି। ବନ ବିଭାଗ କର୍ମଚାରୀ ମାନେ ଏବେ ପେଟ୍ରୋଲିଂ କରିବା ସହ ବାଘର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏ ବାବଦରେ ବନ ବିଭାଗର କୌଣସି ପ୍ରତି କ୍ରିୟା ମିଳି ପାରି ନାହିଁ।

Leave A Reply

Your email address will not be published.