ବଣାଇ : ସ୍କୁଲ ରେ ଏକାଧିକ ଛାତ୍ରୀଙ୍କୁ ଅସଦାଚରଣ କରି ଶିକ୍ଷକ ସସପେଣ୍ଡ।। ଗିରଫ ହେବା ସମ୍ଭାବନା ବଢିଲା।

0 1,289

ବଣାଇ : ୩୦/୮(ସତ୍ୟାନ୍ୟୁଜ) ସଂସ୍କୃତି ଭୁଲି ଗଲେ ସଂସ୍କୃତ ଶିକ୍ଷକ। ସ୍କୁଲ ରେ ଛାତ୍ରୀ ମାନଙ୍କୁ ଅସଦାଚରଣ କରିବା ଅଭିଯୋଗରେ ସସପେଣ୍ଡ ହେଲେ। ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ୍ ରେ ଥିବା ଏକ ସ୍କୁଲ ର ରଙ୍ଗିଲା ଶିକ୍ଷକ ଆଦିତ୍ୟ ପାତ୍ରଙ୍କୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷା ଅଧିକାରୀ। ଆଦିତ୍ୟଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ ୭ ଜଣ ଛାତ୍ରୀ। ଏ ବାବଦରେ ପ୍ରଧାନ ଶିକ୍ଷୟତ୍ରୀ ଥାନାରେ ଏତଲା ଦେଇଥିଲେ। ପ୍ରଥମେ ଏହି ଅଭିଯୋଗ ଆସିବା ପରେ ସ୍କୁଲ ରେ ଥିବା ଆଭ୍ୟନ୍ତରୀଣ ସେକ୍ସୁଆଲ୍
ହାରାସମେଣ୍ଟ କମିଟି ତଦନ୍ତ କରି ଘଟଣାର ସତ୍ୟାସତ୍ୟ ପାଇବା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ସେହି ଅନୁସାରେ ଶିକ୍ଷା ଅଧିକାରୀ ଜିଲ୍ଲା ଆଭ୍ୟନ୍ତରୀଣ ଯୌନ ଉତ୍ପୀଡନ କମିଟି କୁ ତଦନ୍ତ ପାଇଁ ପଠାଇ ଥିଲେ। ଉକ୍ତ କମିଟି ତଦନ୍ତ କରି ରିପୋର୍ଟ ଦେବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷକ ଆଦିତ୍ୟ ପାତ୍ରଙ୍କୁ ସସପେଣ୍ଡ କରିଛନ୍ତି। ଆଦିତ୍ୟ ଛୁଟି ଦରଖାସ୍ତ ଦେଇ ଫେରାର ହୋଇ ଯାଇଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
ସୂଚନାଯୋଗ୍ୟଯେ ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ସଂସ୍କୃତ ଶିକ୍ଷକଙ୍କ ଉପରେ ଏକାଧିକ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବାର ଅଭିଯୋଗ ଉଠିଛି। ଛାତ୍ରୀ ମାନେ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ପରେ ସ୍କୁଲ ପକ୍ଷରୁ ଶିକ୍ଷକଙ୍କୁ ତାଗିଦ କରାଯାଇଥିଲା। ତଥାପି ୧୬ ଅଗଷ୍ଟ ଦିନ ସ୍କୁଲ ପଛରେ ଛାତ୍ରୀଙ୍କ ସହ ଅନୁଚିତ ବ୍ୟବହାର କରୁ ଥିବା ସ୍ଥିତିରେ ଶିକ୍ଷକଙ୍କୁ ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି।

ସ୍କୁଲ ତରଫରୁ ବିଷୟଟି ବୁଝାସୁଝା ମାଧ୍ୟମରେ ସମାଧାନ କରିବା ଚେଷ୍ଟା ବଫଳ ହେବା ପରେ, ୨୦ ଅଗଷ୍ଟ ତାରିଖରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଗୁରୁଣ୍ଡିଆ ଥାନାରେ ଏତଲା ଦେଇଛନ୍ତି। ଏତଲାରେ ଉକ୍ତ ସଂସ୍କୃତ ଶିକ୍ଷକ ୬-୭ଜଣ ନାବାଳିକା ଛାତ୍ରୀଙ୍କ ସହିତ ଅଶୋଭନୀୟ ଆଚରଣ କରିଥିବା ଉଲ୍ଲେଖ ଅଛି।
ମାମଲାର ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଅଭିଯୁକ୍ତ ଶିକ୍ଷକ ଛୁଟି ଦରଖାସ୍ତ ଦେଇ ଅନୁପସ୍ଥିତ ଅଛନ୍ତି। ତଦନ୍ତ ଚାଲିଛି ଏବଂ ସ୍କୁଲ ଖୋଲିବା ପରେ ଛାତ୍ରୀ, ଅଭିଭାବକ ଓ କର୍ମଚାରୀଙ୍କୁ ପୃଥକ ପୃଥକ ବୟାନ ନିଆଯିବ। ଦୋଷ ସାବ୍ୟସ୍ତ ହେଲେ ଉପରୋକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରି କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ। ତେବେ ଜିଲ୍ଲା ଶିକ୍ଷା ଅଧିକାରୀ ଉକ୍ତ ଶିକ୍ଷକ ଙ୍କୁ ନିଲମ୍ବନ କରିବା ପରେ ତାଙ୍କ ଗିରଫ ହେବାର ସମ୍ଭାବନା ବଢ଼ି ଯାଇଛି।

Leave A Reply

Your email address will not be published.