ଗୁରୁଣ୍ଡିଆ : ପୁଣି ବଦନାମ କଲେ ସ୍କୁଲ ଶିକ୍ଷକ।। ଏକାଧିକ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ।। ପୋଲିସ୍ ତଦନ୍ତ ଜାରି।

0 975

ଗୁରୁଣ୍ଡିଆ ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକଙ୍କ ଦ୍ୱାରା ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ଥାନାରେ ଏତଲା।
ବଣାଇ/ସୁନ୍ଦରଗଡ଼:୨୯/୮
(ସତ୍ୟାନ୍ୟୁଜ)

୧୬ ଅଗଷ୍ଟରେ ଲାଟ୍ରିନ ପଛରେ ଶିକ୍ଷକଙ୍କ ଅସଦାଚରଣ ଘଟଣା ଦେଖିବାକୁ ମିଳିଥିବା ଅଭିଯୋଗ।

୬-୭ ଜଣ ନାବାଳିକା ଛାତ୍ରୀ ପ୍ରଭାବିତ ହୋଇଥିବା କଥା ଏତଲାରେ ଉଲ୍ଲେଖ।

ସ୍କୁଲ ପକ୍ଷରୁ ବୁଝାସୁଝା ଚେଷ୍ଟା ବ୍ୟର୍ଥ ହେବା ପରେ ୨୦ ଅଗଷ୍ଟ ରେ ଥାନାରେ ଅଭିଯୋଗ।

ଅଭିଯୁକ୍ତ ଶିକ୍ଷକ ଛୁଟି ଦରଖାସ୍ତ ଦେଇ ଅନୁପସ୍ଥିତ; ପୋଲିସ ତଦନ୍ତ ଜାରି।

ରାଜ୍ୟରେ ଶିକ୍ଷା ସଂସ୍ଥାନରେ ଶିକ୍ଷକଙ୍କ କେଲଙ୍କାରୀ ଘଟଣା ବଢ଼ୁଥିବା ମଧ୍ୟରେ, ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ସଂସ୍କୃତ ଶିକ୍ଷକଙ୍କ ଉପରେ ଏକାଧିକ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବାର ଅଭିଯୋଗ ଉଠିଛି। ଛାତ୍ରୀମାନେ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ପରେ ସ୍କୁଲ ପକ୍ଷରୁ ଶିକ୍ଷକଙ୍କୁ ତାଗିଦ କରାଯାଇଥିଲା। ତଥାପି ୧୬ ଅଗଷ୍ଟ ଦିନ ସ୍କୁଲ ପଛରେ ଅନୁଚିତ ଭାବେ ଥିବା ସ୍ଥିତିରେ ଶିକ୍ଷକଙ୍କୁ ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି।

ସ୍କୁଲ ତରଫରୁ ବିଷୟଟି ବୁଝାସୁଝା ମାଧ୍ୟମରେ ସମାଧାନ କରିବା ଚେଷ୍ଟା ବଫଳ ହେବା ପରେ, ୨୦ ଅଗଷ୍ଟ ତାରିଖରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଗୁରୁଣ୍ଡିଆ ଥାନାରେ ଏତଲା ଦେଇଛନ୍ତି। ଏତଲାରେ ଉକ୍ତ ସଂସ୍କୃତ ଶିକ୍ଷକ ୬-୭ଜଣ ନାବାଳିକା ଛାତ୍ରୀଙ୍କ ସହିତ ଅଶୋଭନ ଆଚରଣ କରିଥିବା ଉଲ୍ଲେଖ ଅଛି।
ମାମଲାର ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଅଭିଯୁକ୍ତ ଶିକ୍ଷକ ଛୁଟି ଦରଖାସ୍ତ ଦେଇ ଅନୁପସ୍ଥିତ ଅଛନ୍ତି। ତଦନ୍ତ ଚାଲିଛି ଏବଂ ସ୍କୁଲ ଖୋଲିବା ପରେ ଛାତ୍ରୀ, ଅଭିଭାବକ ଓ କର୍ମଚାରୀଙ୍କୁ ପୃଥକ ପୃଥକ ବୟାନ ନିଆଯିବ। ଦୋଷ ସାବ୍ୟସ୍ତ ହେଲେ ଉପରୋକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରି କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ।

Leave A Reply

Your email address will not be published.